32.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଏଣିକି ଡିଜିଟାଲ ପେମେଣ୍ଟ ସମୟରେ ଠକେଇର ଭୟ ରହିବନି, ଆସୁଛି ପ୍ରୋଜେକ୍ଟ ‘ପ୍ରତିମା’

ଏଣିକି ଡିଜିଟାଲ ପେମେଣ୍ଟ ସମୟରେ ଠକେଇର ଭୟ ରହିବନି, ଆସୁଛି ପ୍ରୋଜେକ୍ଟ ‘ପ୍ରତିମା’

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ସମୟରେ ଏଣିକି ଠକାମୀକୁ ସମାପ୍ତ କରିବା ପାଇଁ ପେମେଣ୍ଟ୍ସ କାଉନ୍ସିଲ୍ ଅଫ୍ ଇଣ୍ଡିଆ(ପିସିଆଇ) ପ୍ରୋଜେକ୍ଟ ପ୍ରତିମା ଲଞ୍ଚ୍ କରିଛି । ଏହା ଆସିବା ପରେ ବହୁତ ଫାଇଦା ହେବ । ପେମେଣ୍ଟ ସମୟରେ ସଠିକ୍ ଏବଂ ଭୁଲକୁ ଚିହ୍ନଟ କରିବା ସହଜ ହେବ ।

ମନିକଣ୍ଟ୍ରୋଲ ସହିତ ଆଲୋଚନା କରି ପିସିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌରବ ଚୋପ୍ରା କହିଛନ୍ତି କି ଏହା ଏମିତି ଏକ ପରିଯୋଜନା ଯାହାକୁ ପିସିଆଇ ପୈଠରେ ସବୁଠାରୁ ଅଧିକ ମାମଲାରେ ଆଇକନକୁ ରୂପ ଦେବା ପାଇଁ ଆରମ୍ଭ କରାଯାଇଛି । ଲୋକଙ୍କ ଠକାମୀରୁ ରକ୍ଷା କରିବା ଏବଂ ଡିଜିଟାଲ ପୈଠକୁ ଉତ୍ତମ କରିବା ଏହାର ଲକ୍ଷ୍ୟ । ସଠିକ୍ ଆଇକନ୍ ଗ୍ରାହକଙ୍କୁ ପୈଠ କରିବା ସମୟରେ ଠକେଇରୁ ରକ୍ଷା କରିବ ।

ପ୍ରୋଜେକ୍ଟ ପ୍ରତିମାର ନାଁ ସଂସ୍କୃତରୁ ନିଆଯାଇଛି । ପ୍ରତିମାର ଅର୍ଥ ସଂସ୍କୃତରେ ଚିହ୍ନ । ବର୍ତ୍ତମାନ ଆପ୍ ମାନେ ଅଲଗା ଅଲଗା ଆଇକନ୍ ବ୍ୟବହାର କରୁଛନ୍ତି । ଏଥିରେ ପେମେଣ୍ଟ ଫଳରେ ସମସ୍ୟା ଦେଖାଦେଉଛି । ଏହି ପ୍ରୋଜେକ୍ଟ ଫଳରେ ସଠିକ୍ ଏବଂ ଭୁଲ୍ ଆଇକନକୁ ସହଜରେ ଚିହ୍ନଟ କରିହେବ । ଏହି ଯୋଜନାକୁ ଲାଗୁ କରିବାରେ ପ୍ରମୁଖ ଫ୍ୟାମପେ, ସେତୁ, ଜୁପିଟର, ଆମାଜନପେ, ସେଫକ୍ସପେ ଏବଂ ପେଟିଏମର ଭଲ୍ୟୁଣ୍ଟିୟର୍ସର ଡିଜାଇନର୍ସ ସାମିଲ । ଏହା ବ୍ୟତୀତ ଅନେକ ବ୍ୟାଙ୍କର ପ୍ରତିନିଧି ମଧ୍ୟ ଏଥିରେ ସାମିଲ । ନୋଟବନ୍ଦୀ ପରଠୁ ଡିଜିଟାଲ ପେମେଣ୍ଟ ଜରିଆରେ ନେଣଦେଣ ବହୁତ ବୃଦ୍ଧି ପାଇଛି । ଏଥିରେ ଠକାମୀ ମଧ୍ୟ ବଢିଛି । ଯାହା ଫଳରେ କୋଟି କୋଟି ଲୋକ ହଇରାଣ ହେଉଛନ୍ତି । କହିରଖୁଛୁ ଚଳିତବର୍ଷ ଏପ୍ରିଲରୁ ଜୁନ୍ ମାସରେ ୮୪,୧୪୫ ୟୁପିଆଇ ଠକେଇ ମାମଲା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking