39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ପଟିଆଲା ହାଉସ କୋର୍ଟ ଶୁଣାଣି

ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ପଟିଆଲା ହାଉସ କୋର୍ଟ ଶୁଣାଣି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଆବେଦନର ଶୁଣାଣି ଘୁଞ୍ଚିଥିବାର ଜଣା ପଡିଛି । ତେବେ ଆସନ୍ତା ୧୮ ତାରିଖରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏହି ଆବେଦନର ଶୁଣାଣି ହେବ ।
ଏଠାରେ ସୂଚନାଯୋଗ୍ୟ ଯେ, ନିର୍ଭୟା ମାମଲାର ଦୋଷୀମାନଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ଦାବି କରି ନିର୍ଭୟାଙ୍କ ମା’ ପଟିଆଲା ହାଉସ କୋର୍ଟରେ ପିଟିଶନ ଦାଖଲ କରିଥିଲେ । ଆଜି ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ, ସୁପ୍ରିମକୋର୍ଟରେ ଜଣେ ଦୋଷୀଙ୍କ ସମୀକ୍ଷା ଆବେଦନ ବିଚାରାଧୀନ ରହିଛି । ଏହା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯିବ । ସୁପ୍ରିମକୋର୍ଟ ନିଷ୍ପତ୍ତି ପରେ ରାୟ ଦିଆଯିବ। ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ । ଏହା ପରେ ୧୮ ତାରିଖ ଅପରାହ୍ନ ୨ଟାରେ ପିଟିଆଲା ହାଉସ କୋର୍ଟରେ ଶୁଣାଣି ହେବ । ଭିଡିଓ କନ୍ ଫରେନ୍ସିଂ ଜରିଆରେ ଶୁଣାଣି କରାଯିବ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking