28.1 C
Bhubaneswar
Saturday, April 20, 2024
Homeଅପରାଧପାଟି ଖୋଲିଲେ କଲବଲ କରି ମାରିବୁ

ପାଟି ଖୋଲିଲେ କଲବଲ କରି ମାରିବୁ

ଲକ୍ଷ୍ନୌ : ନାରୀ ପ୍ରତି ଅତ୍ୟାଚାର ଦିନକୁ ଦିନ ଜଘନ୍ୟ ହେବାରେ ଲାଗିଛି | ଆଇନକାନୁନକୁ ଦୁଷ୍କର୍ମକାରୀଙ୍କ ଟିକେ ହେଲେ ଭୟ ନାହିଁ । ପୀଡିତାଙ୍କୁ ସେମାନେ ଦେଉଛନ୍ତି ଲୋମଟାଙ୍କୁରା ଧମକ । ଉତ୍ତରପ୍ରଦେଶର ବାଗପଥରେ ଘଟିଥିବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଦୁଷ୍କର୍ମ ପୀଡିତାଙ୍କୁ ଧମକ ଦେଇଛନ୍ତି ଦୁଷ୍କର୍ମକାରୀ । ସାକ୍ଷୀ ଦେବାକୁ ଗଲେ ଉନ୍ନାଓ ଠାରୁ ମଧ୍ୟ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ଦୁଷ୍କର୍ମ ପୀଡ଼ିତାଙ୍କ ଘର ଆଗରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମରାଯାଇଥିବାର ଦେଖିବାକୁ ମିଳିଛି । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଦିଲ୍ଲୀର ମୁଖାର୍ଜୀ ନଗରରେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ଜୁଲାଇ ମାସରେ ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ ଏବେ ଜାମିନରେ ଖଲାସ ହୋଇଛି। ତେବେ ଜାମିନରେ ଆସିବା ପରେ ଏପରି ପୋଷ୍ଟର ମାରିଥିବା ପୀଡିତା ପରିବାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସାକ୍ଷୀ ଦେବାକୁ ଗଲେ ଉନ୍ନାଓ ପୀଡ଼ିତାଙ୍କୁ ଯେଉଁଭଳି ଜୀଅନ୍ତା ଜାଳି ହତ୍ୟା କରାଗଲା, ତା’ଠାରୁ ଆହୁରି ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି ଏକ ପୋଷ୍ଟରରେ ମାରି ସେ ଧମକ ଦେଇଛି । ବାଗପାଥ୍‌ରେ ଥିବା ପୀଡ଼ିତାଙ୍କ ଘର ଆଗରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମରାଯାଇଛି । ଆସନ୍ତାକାଲି ପୀଡ଼ିତା ଜଣଙ୍କ ଦିଲ୍ଲୀ କୋର୍ଟରେ ନିଜର ବୟାନ ରେକର୍ଡ କରାଇବାକୁ ଯିବେ। ତେବେ ଏହା ପୂର୍ବରୁ ପୀଡ଼ିତାଙ୍କୁ ଧମକ ଦିଆଯାଇଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking