33.1 C
Bhubaneswar
Friday, April 26, 2024
Homeଅପରାଧଖୁବ ଶୀଘ୍ର ଭାରତ ଫେରିବ ନିରବ ମୋଦି

ଖୁବ ଶୀଘ୍ର ଭାରତ ଫେରିବ ନିରବ ମୋଦି

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ନିରବ ମୋଦି ୟୁନାଇଟେଡ କିଙ୍ଗଡମ ହାଇକୋର୍ଟରେ ନିଜ ଆଇନଗତ ଲଢେଇରେ ହାରିଛି । କୋର୍ଟ ତାର ପ୍ରତ୍ୟାବର୍ତ୍ତନ ରୋକିବା ଆବେଦନକୁ ଖାରଜ କରିଦେଇଛନ୍ତି । କୁହାଯାଉଛି ଯେ, ନିରବ ମୋଦି ଏବେ ଭାରତ ଫେରିବା ରାସ୍ତା ସଫା ହୋଇସାରିଛି । ୨୫ ଫେବୃୟାରୀରେ ବ୍ରିଟେନର ଏକ କୋର୍ଟ ନିରବ ମୋଦି ପ୍ରତ୍ୟାବର୍ତନ ପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ । ଏହାପରେ ଏପ୍ରିଲରେ ବ୍ରିଟେନର ଗୃହ ବିଭାଗ ୧୩ ହଜାର କୋଟି ଟଙ୍କା ଦୁର୍ନୀତିରେ ବାଂଛିତ ହୀରା ବୟବସାୟୀ ନିରବ ମୋଦିକୁ  ଭାରତ ପ୍ରତ୍ୟାବର୍ତ୍ତନ ନେଇ ଅନୁମତି ପ୍ରଦାନ କରିଥିଲେ । ଏବେ ତାକୁ ହାଇକୋର୍ଟରୁ ବି ବଡ ଝଟକା ଲାଗିଛି ।

ସୂଚନାଯୋଗ୍ୟ, ଭାରତରେ ନିରବ ମୋଦି ବିରୁଦ୍ଧରେ ବହୁ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଋଣ ଜାଲିଆତି ମାମଲାରେ ଭାରତରୁ ଫେରାର ହୋଇଯାଇଥିଲା ନିରବ ମୋଦି । ଏହା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିରବ ମୋଦିକୁ ଫେରାଇ ଆଣିବାକୁ ଅନେକ ସମୟରେ ପ୍ରକ୍ରିୟା ଜାରି ରହିଥିଲା । ତେବେ ବର୍ତ୍ତମାନ ନିରବ ମୋଦିକୁ ଭାରତ ଆଣିବାକୁ ଅନୁମତି ଦେଇଛନ୍ତି ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking