33.1 C
Bhubaneswar
Friday, April 26, 2024
Homeଅପରାଧଚେନ୍ନାଇରେ ଜଣେ ଆଇନ ଛାତ୍ରଙ୍କୁ ଆକ୍ରମଣ ଘଟଣା ରେ ନଅ ଜଣ ପୋଲିସଙ୍କ ବିରୋଧରେ ମାମଲା...

ଚେନ୍ନାଇରେ ଜଣେ ଆଇନ ଛାତ୍ରଙ୍କୁ ଆକ୍ରମଣ ଘଟଣା ରେ ନଅ ଜଣ ପୋଲିସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି

ଚେନ୍ନାଇ: ଜଣେ ଆଇନ ଛାତ୍ରଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିବା ପୋଲିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଓକିଲ ଓ ଆଇନ ଛାତ୍ରମାନେ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଗୁରୁବାର ଦିନ ପୋଲିସ୍ ଇନ୍ସପେକ୍ଟରଙ୍କ ସମେତ ନଅ ଜଣ ପୋଲିସଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଗତ ସପ୍ତାହରେ ଏକ ପୋଲିସ ଷ୍ଟେସନରେ ଅବଦୁଲ ରହୀମ ନାମକ ଆଇନ ଛାତ୍ରଙ୍କୁ ମାଡ଼ ମରାଯାଇଥିଲା |

ଗତ ସପ୍ତାହରେ ଘଟିଥିବା ଏହି ଘଟଣାର ଅଭିଯୋଗ ଭିତ୍ତିକରି ପୂର୍ବରୁ ଜଣେ ହେଡ କନଷ୍ଟେବଳ ଏବଂ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ମାସ୍କ ପିନ୍ଧି ନ ଥିବାରୁ ପଞ୍ଚମ ବର୍ଷର ଆଇନ ଛାତ୍ରଙ୍କୁ ପୋଲିସ ଧରିବାରୁ ସେ ପୋଲିସ୍ ଚାପୁଡ଼ା ମାରିବା ଥିବା ଅଭିଯୋଗରେ ଗିରଫ କରାଯାଇଥିଲା।

ଛାତ୍ର ରହୀମ ଜାମିନରେ ମୁକ୍ତ ହୋଇ ଆସିବା ପରେ ସେ ଏକ ଭିଡିଓ ପ୍ରସାରଣ କରିଥିଲେ ଯେଉଁଥିରେ ପୋଲିସ୍ ତାଙ୍କୁ ମାଡ ପରେ ମାଡ ମାରିଥିବା ପ୍ରଦର୍ଶିତ ହୋଇଥିଲା ।

ଏହାକୁ ନେଇ ଓକିଲ ଓ ଆଇନ ଛାତ୍ରମାନେ ଅଭିଯୁକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ କରି ରାସ୍ତାକୁ ଓହ୍ଲାଇଥିଲେ। ଏହି ପ୍ରତିବାଦ ପରେ ଆଇପିସିର ବିଭିନ୍ନ ଧାରା ଅଧୀନରେ ପୋଲିସ ବିରୋଧରେ ମାମଲା ରୁଜୁ ହୋଇବଛି ।

ଏହିଭଳି ପୋଲିସର ଅତ୍ୟାଚାର ମାମଲା ବଢୁଛି 1 ଗତ ବର୍ଷ ସେପ୍ଟେମ୍ବରରେ ଗୋରଖପୁରରେ ପୋଲିସର ଏକ ଦଳ ଅତି ନିର୍ମମ ଭାବେ ଆକ୍ରମଣ କରିବା ପରେ ଜଣେ 36 ବର୍ଷିୟ ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ହୋଇଥିଲା । ଗତ ବର୍ଷ ନଭେମ୍ବରରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।
ଏହି ଘଟଣାରେ ସିବିଆଇ ହତ୍ୟା, ଆଘାତ, ସ୍ୱେଚ୍ଛାକୃତ ଭାବେ ଆଘାତ, ଅପରାଧୀ ଧମକ, ପ୍ରମାଣ ନଷ୍ଟ, ଅପରାଧ ଷଡ଼ଯନ୍ତ୍ର ଏବଂ ଭାରତୀୟ ଦଣ୍ଡ ସଂହିତା ବିଭାଗର ବିଭିନ୍ନ ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ।

ସେପ୍ଟେମ୍ବର 20, 2121 ରେ ମନୀଷ ଗୁପ୍ତା ଏବଂ ତାଙ୍କର ଦୁଇ ସାଙ୍ଗ ଏକ ହୋଟେଲରେ ଥିବାବେଳେ ପୋଲିସ ଯାଞ୍ଚ କରିବା ସମୟରେ ଏହି ଘଟଣା ଘଟିଥିଲା। ହୋଟେଲ ରୁମରେ ପ୍ରବେଶ କରି ମନୀଷ ଗୁପ୍ତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲା। ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ ମନୀଷ ଗୁପ୍ତାଙ୍କ ପ୍ରତିବାଦରେ ସେମାନେ ତାଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ଫଳସ୍ୱରୂପ ମନୀଷ ଗୁପ୍ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସିବିଆଇ କହିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking