26.1 C
Bhubaneswar
Wednesday, May 25, 2022
Homeଅପରାଧବିଧବାଙ୍କ ସହ ଶାରୀରିକ ସମ୍ପର୍କ ପରେ ଚମ୍ପଟ ମାରିଲା ପ୍ରେମିକ, ଶେଷରେ କ’ଣ ହେଲା ପୁରା...

ବିଧବାଙ୍କ ସହ ଶାରୀରିକ ସମ୍ପର୍କ ପରେ ଚମ୍ପଟ ମାରିଲା ପ୍ରେମିକ, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ଭୁବନେଶ୍ୱର : ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଆଉ ପ୍ରେମରୁ ବିବାହର ପ୍ରତିଶ୍ରୁତି ପରେ ପ୍ରତାରଣା ଦେଇ ଫେରାର ହେଲା ପ୍ରେମିକ। ପ୍ରତିଶ୍ରୁତି ଦେଇ ଏଭଳି ହୃଦୟ ଭାଙ୍ଗିବା ଭଳି ଖବର ରାଜଗାଙ୍ଗପୁରରୁ ଆସିଛି । ଏଠାରେ ଜଣେ ବିଧବାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ । ଏଥିରେ ମହିଳା ଜଣକ ରାଜି ନହେବାରୁ ତାଙ୍କ ଛାଡି ଚମ୍ପଟ ମାରିଛି ରସିକିଆ ପ୍ରେମିକ । ୨୦୨୧ରେ ଟ୍ରାନ୍ସପୋର୍ଟ କମ୍ପାନିରେ ବିରେନ୍ଦ୍ର ନାଥ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ସହ ମହିଳାଙ୍କର ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଯାଇଥିଲା । ଏହା ପରେ ଉଭୟ ଉଭୟଙ୍କପର ନିକଟତର ହୋଇଥିଲେ । ପ୍ରେମ ସମ୍ପର୍କ ଗଢ଼ି ଉଠିଲା ।

ଏହା ପରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଲା ଶାରୀରିକ ସମ୍ପର୍କ । ବିଭିନ୍ନ ସମୟରେ ଉଭୟ ଉଭୟଙ୍କୁ ଦେଖା କରୁଥିଲେ । ଏପରିକି ବୁଲିବାକୁ ବି ଯାଉଥିଲେ । ଶାରୀରିକ ସମ୍ପର୍କ ରଖିବା ପରେ ନିଜର ଅସଲ ରୂପ ଦେଖାଇଲେ ବିରେନ୍ଦ୍ର । ଅନ୍ୟ ପୁରୁଷଙ୍କ ସହ ଯଦି ଶାରିରୀକ ସମ୍ପର୍କ ରଖିବୁ ତାହାହେଲେ ଯାଇ ମୁଁ ତତେ ବିବାହ କରିବି କହିଲେ ମହିଳାଙ୍କୁ ବିରେନ୍ଦ୍ର । କିନ୍ତୁ ମହିଳା ଜଣ ମନା କରିବାକୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କଥା କଟା କଟି ସହ ବଚସା । ଆଉ ବିରେନ୍ଦ୍ର ଫେରାର ହୋଇଯାଇଥିଲେ । ମହିଳା ଜଣଙ୍କ ତାଙ୍କୁ ବାରମ୍ବାର ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସମ୍ପର୍କ କରିନଥିଲେ। ତେବେ ଏନେଇ ମହିଳା ବାଧ୍ୟ ହୋଇ ରାଜଗାଙ୍ଗପୁର ପୋଲିସ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking