33.1 C
Bhubaneswar
Saturday, April 27, 2024
Homeକରୋନାବିଶ୍ୱରେ ଆଉ ୭,୦୩,୯୮୧ ସଂକ୍ରମିତ

ବିଶ୍ୱରେ ଆଉ ୭,୦୩,୯୮୧ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୭ଲକ୍ଷ ୩ହଜାର ୯୮୧ ଜଣ ସଂକ୍ରମିତ ହୋଇଥିବାବେଳେ ୯ହଜାର ୮୪୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୬୧ଲକ୍ଷ ୫୬ହଜାର ୪୨୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୯୭ହଜାର ୬୧୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୩୧ଲକ୍ଷ ୪୧ହଜାର ୪୯୭ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୫ଲକ୍ଷ ୧୭ହଜାର ୩୧୨ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୯୫ଲକ୍ଷ ୩୩ହଜାର ୭୮୬ ସଂକ୍ରମିତ ଓ ୬ଲକ୍ଷ ୫୩ହଜାର ୩୫୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୭୦ ଲକ୍ଷ ୩ହଜାର ୯୦୬ ସଂକ୍ରମିତ ଓ ୫ଲକ୍ଷ ୭୮ ହଜାର ୩୯୬ମୃତ, ଋଷିଆରେ ୬୮ ଲକ୍ଷ ୪୪ ହଜାର ୪୯ ସଂକ୍ରମିତ ଓ ୧ଲକ୍ଷ ୮୦ ହଜାର ୪୧ ମୃତ, ଫ୍ରାନ୍ସରେ ୬୭ ଲକ୍ଷ ୧୧ ହଜାର ୨୬୮ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୮୩ ମୃତ, ୟୁକେରେ ୬୬ ଲକ୍ଷ ୬୬ ହଜାର ୩୯୯ ସଂକ୍ରମିତ ଓ ୧ ଲକ୍ଷ ୩୨ ହଜାର ୨୪୩ ମୃତ, ତୁର୍କୀରେ ୬୩ ଲକ୍ଷ ୧୧ହଜାର ୬୩୭ ସଂକ୍ରମିତ ଓ ୫୫ ହଜାର ୭୧୩ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୬୭ ହଜାର ୭୩୩ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୨୭୦ମୃତ, କଲୋମ୍ବିଆରେ ୪୯ ଲକ୍ଷ ୧ ହଜାର ୧୬୩ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୬୪୮ମୃତ, ଇରାନରେ ୪୮ ଲକ୍ଷ ୬୯ ହଜାର ୪୧୪ ସଂକ୍ରମିତ ଓ ୧ ଲକ୍ଷ ୧୫ହଜାର ୨୮୭ମୃତ, ସ୍ପେନରେ ୪୮ ଲକ୍ଷ ୩୧ ହଜାର ୮୦୯ ସଂକ୍ରମିତ ଓ ୮୪ ହଜାର ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking