28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗନବଜାତ ଶିଶୁପୁତ୍ର ଉଦ୍ଧାର

ନବଜାତ ଶିଶୁପୁତ୍ର ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ଦାନଗଦୀ ବଜାର ପଛପଟୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ମୁକୁନ୍ଦ ମହାକୁଡଙ୍କ ବାଡିରେ ଥିବା ଏକ ଓଉଗଛ ମୂଳରୁ ଶିଶୁଟିକୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ଉଦ୍ଧାର ଶିଶୁକୁ ନେଇ ଚିକିତ୍ସା ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଦ୍ଧାର ଶିଶୁର ନାଭିରେ କ୍ଷତଥିବା ଲକ୍ଷ୍ୟ କରାଯାଇଛି ।

ତେବେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଉନ୍ନତି ଘଟିଥିବା ଜଣାପଡିଛି ।  ଶିଶୁର ବୈଧତା ନେଇ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି । ଦାନଗଦୀ ଫାଣ୍ଡିରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ସେପଟେ ଶିଶୁଟିକୁ କିଏ କେଉଁ ଅବସ୍ଥାରେ ଏଠାରେ ଏପରି ଫିଙ୍ଗି ଯାଇଥିଲା ସେ ସମ୍ପର୍କରେ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking