28.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରରେ ଚିନ୍ତା ବଢାଇଲା କରୋନା : ଆଜି ଆଉ ୧୯ ନୂଆ ପଜିଟିଭ , ସଂଖ୍ୟା...

ଭୁବନେଶ୍ୱରରେ ଚିନ୍ତା ବଢାଇଲା କରୋନା : ଆଜି ଆଉ ୧୯ ନୂଆ ପଜିଟିଭ , ସଂଖ୍ୟା ୧୮୪କୁ ବୃଦ୍ଧି

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୧୯ ନୂଆ ପଜିଟିଭ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୧୯ ଜଣଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ୱାରେଣ୍ଟାଇନ ରେ ଥିଲେ ଓ ଅନ୍ୟ ୧୫ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଲୋକାଲ କେସ୍ ବଢୁଥିବାରୁ ଏହା ଏବେ ଉଦ୍‌ବେଗର ବିଷୟ ପାଲଟିଛି ।

ହୋମ୍ କ୍ୱାରେଣ୍ଟାଇନରୁ ଆକ୍ରାନ୍ତ ସମସ୍ତ ୪ ଜଣ ଆକ୍ରାନ୍ତ ରେଳବାଇର କର୍ମଚାରୀ ଅଟନ୍ତି । ଏକ ଘରୋଇ ହସ୍ପିଟାଲର ୩ମହିଳା ଓ ୩ପୁରୁଷ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ଏକ ଘରୋଇ ହସ୍ପିଟାଲରେ ମଧ୍ୟ ୨ କର୍ମଚାରୀଙ୍କୁ କରୋନା ହୋଇଛି । ଡ଼ୁମୁଡ଼ୁମା ସୁବାସ ନଗର ବସ୍ତିରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଏକ ସରକାରୀ ହସ୍ପିଟାଲର ଜଣେ ୫୧ ବର୍ଷୀୟ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷୀୟ ବାଳକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ସୂଚନାଯୋଗ୍ୟ , ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ ୧୮୪ ଜଣ କରୋନା ପଜିଟଭ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଅନ୍ୟ ୯୪ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking