32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜେଲରେ ରୁଟି-ଡାଲି ଖାଇବାକୁ ମନା କଲେ ସିଦ୍ଦୁ, ନେବାକୁ ପଡ଼ିଲା ମେଡିକାଲ

ଜେଲରେ ରୁଟି-ଡାଲି ଖାଇବାକୁ ମନା କଲେ ସିଦ୍ଦୁ, ନେବାକୁ ପଡ଼ିଲା ମେଡିକାଲ

ପଟିଆଲା: ପ୍ରାୟ ତିନି ଦଶକ ତଳର ଘଟଣାରେ ପଟିଆଲା ଜେଲରେ ବନ୍ଦି ଅଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଏବେ ଖବର ଆସିଛି ଯେ, ସିଦ୍ଦୁ ଜେଲର ରୁଟି-ଡାଲି ଖାଇବାକୁ ମନା କରି ଦେଇଛନ୍ତି । ଏହାପରେ ତାଙ୍କର ସ୍ୱାସ୍ତ୍ୟବସ୍ଥା ଖରାପ ହେବାରୁ ପଟିଆଲାର ରାଜେନ୍ଦ୍ର ହସପିଟାଲ ନେବାକୁ ପଡ଼ିଛି । ଯେଉଁଠାରେ ତାଙ୍କର ମେଡିକାଲ ଚେକଅପ କରାଯାଇଛି ।

ସୂଚନାଯୋଗ୍ୟ ଜେଲ୍ ପ୍ରଶାସନ ଦ୍ୱାରା ମେଡିକାଲ ବିଭାଗ ଗଠନ କରାଯାଇଛି । ଯିଏ ସିଦ୍ଧୁଙ୍କର ମେଡିକାଲ ଡାଏଟ୍ ପ୍ଲାନ୍ କରିବେ । ସୂଚନା ଅନୁସାରେ ସିଦ୍ଦୁ ଦାବି କରିଛନ୍ତି ଯେ, ତାଙ୍କୁ ଗହମରୁ ଏଲାର୍ଜି ଅଛି, ଏହି କାରଣରୁ ସେ ଜେଲ ଖାଇବାକୁ ମାନ କରି ଦେଇଛନ୍ତି । ସେ ଜେଲରେ ରୁଟି ଡାଲି ଖାଉ ନାହାନ୍ତି, କେବଳ ସାଲାଡ ଖାଇ ରହୁଥିବା ଖବର ଆସିଛି ।

ସିଦ୍ଦୁଙ୍କୁ ଲିଭର ପ୍ରୋବଲେମ୍ ରହିଛି । ଏହାକୁ ନଜରେ ରଖି ସିଦ୍ଧୁ ଜେଲ ପ୍ରଶାସନ ନିକଟରେ ସ୍ୱତନ୍ତ୍ର ଡାଏଟ ଦାବି କରିଛନ୍ତି । ସେ ମେଡିକାଲରେ ଚିକିତ୍ସା ସମୟରେ ମଧ୍ୟ ଏହି ସୂଚନା ଦେଇଥିଲେ । ସେ ଲମ୍ବା ସମୟ ଧରି ରଟିୁ ଖାଉ ନାହାନ୍ତି । କୋର୍ଟ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ଆଜି ଅପରାହ୍ନ ୪ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking