29.1 C
Bhubaneswar
Monday, May 6, 2024
Homeଓଡିଶାଜାତୀୟ ଯୁବ ସ୍ୱେଚ୍ଛାସେବୀ ତାଲିମ ଶିବିର

ଜାତୀୟ ଯୁବ ସ୍ୱେଚ୍ଛାସେବୀ ତାଲିମ ଶିବିର

ବଲାଙ୍ଗୀର଼,(ଦେବାଶିଷ ମିଶ୍ର): ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୁଲ୍ୟରେ ବଲାଙ୍ଗିର ଲର୍କିପାଲି ସ୍ଥିତ ରାଇଟ୍ ଅନୁଷ୍ଠାନର ତାଲିମ ଗୃହରେ ଆରମ୍ଭ ହୋଇଥିବା ଜାତୀୟ ଯୁବ ସ୍ୱେଚ୍ଛାସେବୀମାନଙ୍କର ତାଲିମ ଶିବିରର ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହୋଇଥିଲା । ଏହି ତାଲିମ ଶିବିରରେ ଉପସ୍ଥିତ ରହି ମୁଖ୍ୟ ଅତିଥି ଲୋଇସିଂହା ବିଧାନମଣ୍ଡଳର ବିଧାୟକ ଡଃ ମୁକେଶ ମହାଲିଙ୍ଗ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରି ଗ୍ରାମସ୍ତରରେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ତ୍ୱରାନିତ କରି ରାଷ୍ଟ୍ରଗଠନ ଦିଗରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ପିଟର ହରମନ କେରକେଟା ରାଇଟ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତ୍ୟେକ କାର୍ଯ୍ୟ ପାଇଁ ଦୃଢତାର ସହିତ କାର୍ଯ୍ୟକ୍ରମକୁ ଆଗେଇ ନେବା ସମସ୍ତଙ୍କୁ ପ୍ରବର୍ତ୍ତନା ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ପ୍ରଫେସର ରାମ ଶରଣ ହୋତା ଅଂଶଗ୍ରହଣକାରୀଙ୍କୁ ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟକ୍ରମରେ ସାମିଲ ହୋଇ ଗ୍ରାମସ୍ତରରେ ସରକାରଙ୍କ କାର୍ଯ୍ୟକ୍ରମକୁ ସମନ୍ୱିତ ଭାବରେ କଲେ କାର୍ଯ୍ୟ ସଫଳତା ରହିଛି ବୋଲି ଦର୍ଶାଇଥିଲେ । ଜିଲ୍ଲା ସ୍ତରୀୟ ତାଲିମତାତା ତଥା ଅତିଥି ଅଶୋକ କୁମାର ମେହେର ତାଲିମରେ ଗ୍ରହଣ କରିଥିବା ଶିକ୍ଷାକୁ ଶୃଙ୍ଖଳାର ସହିତ ନିଜ ଅଂଚଳରେ ପ୍ରୟୋଗ ଏବଂ ପ୍ରସାର କରିବା ପାଇଁ ଅଂଶଗ୍ରହଣକାରୀଙ୍କୁ ପ୍ରେରଣା ଯୋଗାଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରି ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ।ଏହି ତାଲିମ ଶିବିରରେ ବିଭୀନ୍ନ ବିଷୟ ଯଥା ବ୍ୟକ୍ତିତ୍ୱର ବିକାଶ, ଜୀବନ ଶୈଳୀ ଶିକ୍ଷା, ଗୋଷ୍ଠୀ ସମ୍ବଳ ଏବଂ ତାର ପରିଚାଳନା, ପ୍ରବର୍ତ୍ତନ ଯୋଗାଯୋଗ, ସଂଯୋଜନା, ନେତୃତ୍ୱ ବିକାଶ, ବିବରଣୀ ଲିଖନ ଏବଂ ପ୍ରଦାନ, ଯୁବକ ସଂଘ ଗଠନ ପ୍ରଣାଳୀ ଏବଂ ତାର କାର୍ଯ୍ୟକାରିତା, ଜାତୀୟ ଯୁବନୀତି, ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ, ଲିଙ୍ଗୀୟ ଭେଦଭାବ, ଦସ୍ତାବିଜ ତିଆରି କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ ଇତ୍ୟାଦି ଉପରେ ତାଲିମ ଦିଆଯାଇଥିଲା ଏବଂ ତାଲିମ ଦେବା ପାଇଁ ବିଭିନ୍ନ ବେସରକାରୀ ତଥା ସରକାରୀ ସଂସ୍ଥାରୁ ଅଭିଜ୍ଞ ବ୍ୟକ୍ତି ବିଶେଷ ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking