29.1 C
Bhubaneswar
Wednesday, April 24, 2024
Homeଓଡିଶାସମାଜକୁ ବିଭାଜିତ କରୁଛି କୁଶିକ୍ଷା ଓ ନକଲି ରାଷ୍ଟ୍ରବାଦ- ନରସିଂହ

ସମାଜକୁ ବିଭାଜିତ କରୁଛି କୁଶିକ୍ଷା ଓ ନକଲି ରାଷ୍ଟ୍ରବାଦ- ନରସିଂହ

ବଲାଙ୍ଗୀର,(ଦେବାଶିଷ ମିଶ୍ର): ସ୍ୱାଧୀନତାର ୭୨ବର୍ଷ ହୋଇଗଲା ପରେ ମଧ୍ୟ ଆମର ଛାତ୍ର ମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି । ଛାତ୍ର ସମାଜ ଜାଣିବା ଦରକାର କେବଳ ଗୁଣାତ୍ମକ ଶିକ୍ଷା ହିଁ ସମାଜକୁ ସାମାଜିକ ଓ ଅର୍ଥନୈତିକସ୍ତରରେ ଆଗକୁ ନେଇ ପାରିବ । ଏହି କଥା ଦେଶର ଅନେକ ଛାତ୍ର ବୁଝିସାରିଛନ୍ତି । ଶିକ୍ଷାକୁ ନେଇ ସମ୍ବିଧାନ ଦେଇଥିବା ଅଧିକାର ତାଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ତେଣୁ ଆଜି ସେମାନେ ଆନ୍ଦୋଳନମୁହାଁ । ଭୁଲ ଶିକ୍ଷାନୀତି ଓ ନକଲି ରାଷ୍ଟ୍ରବାଦ ଦେଶରେ ବିଭିନ୍ନ୍ ସମସ୍ୟା ର ମୁଖ୍ୟ କାରଣ ସାଜିଛିା ଛାତ୍ରସମାଜ ଜେତବେଳେ ଏ ସବୁ ପ୍ରଶ୍ନ ନେଇ ଗଣତାନ୍ତ୍ରିକ ଉପାୟରେ ରାସ୍ତାକୁ ଓହ୍ଲାଇଛନ୍ତି , ସରକାର ସମାଧାନ ର ରାସ୍ତା ନଖୋଜି ଓଲଟା ପୋଲିସ ଲଗାଇ ଏହାର ଅତି ନିର୍ଦ୍ଦୟ ଭାବେ ଦମନ କରୁଛି । ସରକାର ଜାଣିବା ଦରକାର ଯେ ତ ଭୁଲ ଶିକ୍ଷାନୀତି ଓ ନକଲି ଲୋକ ଦେଖାଣିଆ ରାଷ୍ଟ୍ରବାଦ ଯୋଗୁଁ ଦେଶ, ସମାଜ ଓ ଛାତ୍ରଶକ୍ତି ଆଜି ବିଭାଜିତ ହେଉଛି । ତେଣୁ ସରକାର ଛାତ୍ର ମାନଙ୍କୁ ସମ୍ବିଧାନ ଦେଇଥିବା ଅଧିକାର ଓ ସୁରକ୍ଷା ଗୁରୁତର ସହିତ ବିଚାର ନକଲେ ଦେଶ, ସାମଜ ଓ ଛାତ୍ର ଆଗେଇ ପାରିବ ନାହିଁ ବୋଲି ଆଜି ସ୍ଥାନୀୟ ଏଲ୍ ଆଣ୍ଡ ଏସ୍ କ୍ଲବ ପରିସରରେ ଅନୁଷ୍ଠିତ ମଣ୍ଟେସୋରୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉଦ୍‌ବୋଧନରେ କହିଛନ୍ତି । ଆଜି ଅପରାହ୍ନରେ ମାନ୍ୟବର ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଦୀପ ପ୍ରଜ୍ୱଳନ ସହ ବାର୍ଷିକ ଉତ୍ସବ ଉଦ୍‌ଘାଟନ କରିଥିଲେ । ପରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିିକ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍କୁଲ ପକ୍ଷରୁ ବୀରେନ୍ଦ୍ର କୁମାର ଉଦ୍‌ଗାତାଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ସଭାରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଆଜି ସ୍କୁଲର କାର୍ଯ୍ୟକ୍ରମରେ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଛାତ୍ର ଓ ସ୍କୁଲ କର୍ତ୍ତୃପକ୍ଷ ଆଜିର ଉତ୍ସବକୁ ଆରମ୍ଭ କରିଛନ୍ତି । ଏହା ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ । କିନ୍ତୁ ଛାତ୍ର ସମାଜ, ଶିକ୍ଷକ ଓ ଅଭିଭାବକ ମାନେ ଏହା ବି ଜାଣିବା ଉଚିତ ଯେ, ଦେଶରେ ଏପରି ଏକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ନାଗପୁର ଠାରେ ଥିବା ତାଙ୍କ ମୁଖ୍ୟାଳୟରେ ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ୫୨ବର୍ଷ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇ ନଥିଲେ । ଆଜି ସେମାନେ ଦେଶରେ ଛାତ୍ର ମାନଙ୍କୁ ଏକତା ଓ ଦେଶଭକ୍ତିର ମିଥ୍ୟା ପାଠ ପଢ଼ାଉଛନ୍ତି । ଛାତ୍ର ମାନଙ୍କୁ ମୋର ଅନୁରୋଧ ସେମାନେ କେବଳ ଗୁଣାତ୍ମକ ଶିକ୍ଷା ଲାଭ କରିବାରେ ମନ ନିବେଶ କରନ୍ତୁ । ଆଜିର ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବପ୍ରସାଦ ନନ୍ଦ, ସମ୍ମାନିତ ଅତିଥି ଭାବରେ ଚଳଚ୍ଚିତ୍ର ଅଭିନେତା ରତନ ମେହେର, ଏସ୍‌ଆଇଏଚ୍‌ଏମ୍ ର ଅଧ୍ୟକ୍ଷ ସୁରେଶ କୁମାର ଏକନାଥ ଓ ସ୍ୱତନ୍ତ୍ର ଅତିଥି ଭାବରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶୀତଲ ପଟ୍ଟନାୟକ, ଜୁନିୟର ମଣ୍ଟେସୋରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର, ସ୍କୁଲର ଚେୟାରମେନ୍ ରବିଚନ୍ଦ୍ର ଉଦ୍‌ଗାତା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ନିର୍ମାଣ ହେବାକୁ ଥିବା ସ୍କୁଲର ନିଜସ୍ୱ କୋଠାରେ ଏକ ଡିଜିଟାଲ ସାଇଟ୍ ମ୍ୟାପ୍ ର ଅନାବରଣ ମାନ୍ୟବର ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ହାତରେ ହୋଇଥିଲା ଏବଂ ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏକ ଫୁଡ ଫେଷ୍ଟିଭାଲର ଆୟୋଜନ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking