40.1 C
Bhubaneswar
Thursday, April 25, 2024
Homeଓଡିଶାବଲାଙ୍ଗୀର ଲୋକଉତ୍ସବ : ସରିଲା ଉଦ୍‌ଘୋଷକ ଚୟନ ପ୍ରକ୍ରିୟା

ବଲାଙ୍ଗୀର ଲୋକଉତ୍ସବ : ସରିଲା ଉଦ୍‌ଘୋଷକ ଚୟନ ପ୍ରକ୍ରିୟା

ବଲାଙ୍ଗିର,(ଦେବାଶିଷ ମିଶ୍ର) – ବଲାଙ୍ଗୀର ଲୋକଉତ୍ସବ ଆସନ୍ତା ଜାନୁଆରୀ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋସଲ କଳାମଣ୍ଡଳ ଠାରେ ଅନୁଷ୍ଠିତ ହେବ । ଲୋକଉତ୍ସବ ର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଉଦ୍‌ଘୋଷକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ମଂଚ ଓ ସାଂସ୍କୃତିକ କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଏହି ଚୟନ ପ୍ରକ୍ରିୟା ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଲୋକଉତ୍ସବ କମିଟିର ସମ୍ପାଦକ ବିଜୟ ଶତପଥିଙ୍କ ଅଧ୍ୟକ୍ଷତା ତଥା ମଞ୍ଚ କମିଟିର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ବଢେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ସ୍ୱନମାଧନ୍ୟ ନାଟ୍ୟ ଅଭିନେତା ଓ ନିର୍ଦ୍ଧେଶତ ତଥା ସାହିତ୍ୟିକ ବିଜୟ କୁମାର ତ୍ରିପାଠୀ , ନାଟ୍ୟକାର ସୁରେଶ ଚନ୍ଦ୍ର ସାହୁ , ଅଭିନେତା ହିମାଂଶୁ ଖମାରୀ , ନିର୍ଦ୍ଧେଶକ ଚିତ୍ତରଞ୍ଜନ ଦାସ ଓ ଅଧ୍ୟାପକ ରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ । ଦୁଇରୁ ତିନିଟ ରାଉଣ୍ଡରେ ଉଦ୍‌ଘୋଷକମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନ ଆଧାରରେ ଉଦ୍‌ଘୋଷକ ଓ ଉଦ୍‌ଘୋଷିକା ଭାବେ ସରୋଜ ବିଶ୍ୱାଲ , କୁମୁଦ ବିହାରୀ ବେଦବାକ , ଅର୍ଜୁନ ସାହୁ , ସୟିଦ ସୁମନ , ଲିଲି ପଟେଲ , ସ୍ନେହା ପ୍ରତ୍ୟାଶା ନନ୍ଦ , ପ୍ରତୀତି ମିଶ୍ର , ଐଶ୍ଚର୍ଯ୍ୟା ମିଶ୍ର , ସୁଧିର ନାଏକ ଓ ଜିତେନ୍ଦ୍ର ଛତ୍ରିଆଙ୍କୁ ମନୋନୀତ କରାଯାଇଥିଲା । ଲୋକଉତ୍ସବ ପୂର୍ବରୁ ଏକ ୱାର୍କସପ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ମଂଚ କମିଟିର ସହ ଅଧ୍ୟକ୍ଷ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କମିଟିର ସହ ଅଧ୍ୟକ୍ଷ ଫଳାଫଳ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପ୍ରଚାର ପ୍ରସାର କମିଟିର ସହ ଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର , ପଡିଆ ପରିଚାଳନା କମିଟିର ସହ ଅଧ୍ୟକ୍ଷ ସେମାନାଥ ମିଶ୍ର , ମଂଚ କମିଟିର ସଦସ୍ୟ ଜୟକୃଷ୍ଣ ମିଶ୍ର , ରାମ ନାରାୟଣ ଦାସ , ରବର୍ଟସନ ବାରିକ , ସରୋଜ ମହାକୁର , ବଳରାମ ରାଉତ , ଲଳିତ ପୂଝାରୀ , ମଧୁସୂଦନ ନାୟକ , କପିଳେଶ୍ୱର ଖମାରୀ , ପୁଇଁନ୍ତଲା ବିଇଓ ନେପାଳ ବାଗ , ବ୍ୟାସଦେବ ପୁରୋହିତ , ନବୀନ କିଶୋର ବେହେରା ଓ ମିଲି ବାରିକ ପ୍ରମୁଖ । ଶେଷରେ ରବର୍ଟସନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking