30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଚାରିଧାମ ଯାତ୍ରା ନେଇ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର

ଚାରିଧାମ ଯାତ୍ରା ନେଇ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ : ଚାରିଧାମ ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ପାଇଁ ଖୁସୀ ଖବର । ଏଣିକି ସମସ୍ତେ କରିପାରିବେ ଚାରିଧାମ ଯାତ୍ରା । ହଟିଲା କଟକଣା । ବାସ୍ତବରେ କରୋନା ପାଇଁ ଚାରିଧାମ ଯାତ୍ରା ପାଇଁ ନିୟମିତ ସିମିତ ସଂଖ୍ୟକ ଯାତ୍ରୀଙ୍କୁ ଧାମରେ ପ୍ରବେଶ ପାଇଁ ଅନୁମତି ଉପରେ ଏବେ ହାଇକୋର୍ଟ ପକ୍ଷରୁ ଯାତ୍ରୀଙ୍କ ସଂଖ୍ୟାକୁ ଅସୀମିତ କରିବାର ଆଦେଶ ଦିଆଯାଇଛି । କେଦାରନାଥ ଏବଂ ବଦ୍ରିନାଥରେ ଯାତ୍ରୀଙ୍କ ସଂଖ୍ୟାକୁ ବଢାଇ କୋର୍ଟ ପକ୍ଷରୁ କୁହାଯାଇଛି କି ଏବେ ପ୍ରତ୍ୟେକ ଶ୍ରଦ୍ଧାଳୁ ତୀର୍ଥ ଯାତ୍ରା କରିପାରିବେ । ଏହାସହିତ ଉତ୍ତରାଖଣ୍ଡ ସରକାରଙ୍କୁ କୋର୍ଟ କହିଛନ୍ତି କି, ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ମେଡିକାଲ ସମ୍ବନ୍ଧୀୟ ବ୍ୟବସ୍ଥା ତୁରନ୍ତ ହେବା ଉଚିତ୍ । ମେଡିକାଲ ସୁବିଧା ପାଇଁ ହେଲିକପ୍ଟର ପ୍ରସ୍ତୁତ ରଖିବା ପାଇଁ ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ, କରୋନା ପାଇଁ ପାଖାପାଖି ତିନି ସପ୍ତାହ ପୂର୍ବରୁ ଚାରିଧାମ ଯାତ୍ରା ପାଇଁ ସର୍ତ ଅନୁଯାୟୀ ମଞ୍ଜୁରୀ ଦେଇଥିଲେ ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking