40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଭୁଶୁଡ଼ିଲା ନିର୍ମାଣାଧିନ କୋଠା; ଫସି ରହିଛନ୍ତି ପ୍ରାୟ ୩୦ କାର୍ଯ୍ୟରତ ଶ୍ରମିକ

ଭୁଶୁଡ଼ିଲା ନିର୍ମାଣାଧିନ କୋଠା; ଫସି ରହିଛନ୍ତି ପ୍ରାୟ ୩୦ କାର୍ଯ୍ୟରତ ଶ୍ରମିକ

ଲକ୍ଷ୍ନୌ: ଭୁଶୁଡ଼ିଲା ନିର୍ମାଣାଧିନ କୋଠା, ଫସିଛନ୍ତି ଅନେକ ଶ୍ରମିକ । ଏଭଳି ଅଘଟଣ ଘଟିଛି ଉତ୍ତର ପ୍ରଦେଶର ମୁଜ୍ଜଫରନଗର ଜିଲ୍ଲାରେ । ସୂଚନା ଅନୁସାରେ ମୁଜ୍ଜଫରନଗର ଜିଲ୍ଲାର ଜାନସାଠ ଥାନା ଅନ୍ତର୍ଗତ ଅଞ୍ଚଳରେ ଏକ ୨ ମହଲା ନିର୍ମାଣାଧିନ କୋଠା ଭୁଶୁଡି ଯାଇଛି । ସେହି ସମୟରେ ଘଟଣା ସ୍ଥଳରେ ଅନେକ ଶ୍ରମିକ ଉପସ୍ଥିତ ଥିଲେ । ଗତକାଲି (ରବିବାର) ଦ୍ବିପହର ସମୟରେ କୋଠାର ନିର୍ମାଣ କାମ ଚାଲୁଥିବା ବେଳେ ଅଚାନକ କୋଠାର ଛାତ ଭୁଶୁଡ଼ି ଯାଇଥିଲା । ଫଳରେ ସେଠାରେ କାମ କରିଥିବା ପ୍ରାୟ ୩୦ ଜଣ ଶ୍ରମିକ ଏହାତଳେ ଦବି ଯାଇଥିବାର ଆଶଙ୍କା କରାଯାଉଛି । କୋଠାର ଛାତ ଭୁଶୁଡିବା ପରେ ତରବରିଆ ଭାବେ ସ୍ଥାନୀୟ ଲୋକମାନେ ନିକଟସ୍ଥ ପୋଲିସ ଥାନାକୁ ସୂଚନା ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିବା ପରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା ।

ଏପରିକି ଭାଙ୍ଗିଯାଇଥିବା ଅଂଶଗୁଡିକୁ ହଟାଇବା ପାଇଁ ଜେସିବିର ସହାୟତା ନିଆଯାଇଥିଲା । ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ୬ ଜଣ ଶ୍ରମିକଙ୍କୁ ଭଙ୍ଗା କୋଠା ତଳୁ ଉଦ୍ଧାର କରାଯାଇଥି୍ବା ବେଳେ ଉଦ୍ଧାରକାରୀ ଦଳ ଭିତରେ ଚାପି ହୋଇଥିବା ଅନ୍ୟ ଶ୍ରମିକ ମାନଙ୍କୁ ଖୋଜିବାରେ ଲାଗିଛନ୍ତି । ତେବେ ସଦ୍ୟ ମିଳିଥିବା ସୂଚନା ଅନୁସାରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ସ୍ଥିତିର ଗମ୍ଭୀରତାକୁ ଦେଖି ଏନଡିଆରଏଫ ଦଳ ମଧ୍ୟ ସେଠାରେ ପହଞ୍ଚିବା ପାଇଁ ବାହାରି ସାରିଲେଣି । ସେହିପରି ଘଟଣା ସ୍ଥଳରେ ଅନେକ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର ଅଭିଯାନର ସ୍ଥିତିକୁ ପରଖୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking