33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଇରାନରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍ପ-ଲାଇନ ନମ୍ବର

ଇରାନରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍ପ-ଲାଇନ ନମ୍ବର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତ ମଧ୍ୟରେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢିଛି। ଇରାନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସ୍ଥିତିର ଘଟଣାକ୍ରମ ଉପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ତୀକ୍ଷ୍ଣ ନଜର ରଖିଛି। ଆଜି ଇରାନ ରାଜଧାନୀ ତେହେରାନରେ ଥିବା ଭାରତୀୟ ଦୂତାବାସ ସେଠାରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପ-ଲାଇନ ନମ୍ବର ଜାରି କରିଛି ।

ସୁରକ୍ଷିତ ସ୍ଥାନରେ ରହିବା ସହ ଅନାବଶ୍ୟକ ଭାବେ କୌଣସି ସ୍ଥାନକୁ ଯାତ୍ରା ନକରିବା ପାଇଁ ପୂର୍ବରୁ ଜାରି ଆଡଭାଇଜରିରେ କୁହାଯାଇଥିଲା । ଆଜି ହେଲ୍ପଲାଇନ ନମ୍ବର ଜାରି କରାଯାଇ କୌଣସି ଜରୁରୀ ସୂଚନା ପାଇଁ ଯୋଗାଯୋଗ କରିବା ପାଇଁ କୁହାଯାଇଛି । +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୯; +୯୮୯୯୩୨୧୭୯୫୬୭, +୯୮୯୯୩୨୧୭୯୩୫୯, +୯୮-୨୧-୮୮୭୫୫୧୦୩-୫, ମକ୍ଟଦ୍ଭଗ୍ଦ.ଗ୍ଧରଷକ୍ସବଦ୍ଭଅଜ୍ଞରବ.ଶକ୍ଟଙ୍ଖ.ସଦ୍ଭରେ ଭାରତୀୟମାନେ କୌଣସି ସମସ୍ୟା ସମ୍ପର୍କରେ ଯୋଗାଯୋଗ କରି ଜଣାଇପାରିବେ । ସେମାନଙ୍କୁ ଦୂତାବାସ ପକ୍ଷରୁ ସହଯୋଗ କରାଯିବା ନେଇ କୁହାଯାଇଛି ।

ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରି ଏହି ଦୁଇ ଦେଶକୁ ବର୍ତ୍ତମାନ ଯାତ୍ରା ନକରିବା ପାଇଁ ଭାରତୀୟଙ୍କୁ ପରାମର୍ଶ ଦେଇସାରିଛି । ଏହା ସହ ଉଭୟ ଦେଶରେ ଥିବା ଭାରତୀୟ ନାଗରିକମାନେ ସୁରକ୍ଷିତ ସ୍ଥାନରେ ରହିବା ଓ ଅନାବଶ୍ୟକ ଯାତ୍ରା ନକରିବା ପାଇଁ କୁହାଯାଇଥିଲା । ଉଭୟ ଦେଶରେ ଥିବା ଭାରତୀୟ ଦୂତାବାସରେ ଏପରି ସ୍ଥିତିରେ ଜରୁରୀ ସେଲ ମଧ୍ୟ ଖୋଲାଯାଇଛି । ଏପର‌୍ୟ୍ୟନ୍ତ ଇରାନରେ କେତେସଂଖ୍ୟକ ଭାରତୀୟ ନାଗରିକ ଅଛନ୍ତି, ସେ ସମ୍ପର୍କରେ ସରକାର କିଛି ସ୍ପଷ୍ଟ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking