39.1 C
Bhubaneswar
Friday, April 26, 2024
Homeଅପରାଧବାର କର୍ମଚାରୀଙ୍କୁ ଛୁରା ମାଡ଼ କରି ହତ୍ୟା ଘରଣାରେ 6 ଅପରାଧୀ ଗିରଫ, ବିଏମଡ଼ବ୍ଲୁ କାର...

ବାର କର୍ମଚାରୀଙ୍କୁ ଛୁରା ମାଡ଼ କରି ହତ୍ୟା ଘରଣାରେ 6 ଅପରାଧୀ ଗିରଫ, ବିଏମଡ଼ବ୍ଲୁ କାର ଓ ଛୁରୀ ଜବତ

ଖୋର୍ଦ୍ଧା : ଗତ 14 ତାରିଖ ସନ୍ଧ୍ୟାରେ ଖୋର୍ଦ୍ଧା ଉପରସାହି ଅଂଚଳର ଜଣେ ବାର କର୍ମଚାରୀଙ୍କୁ ହତ୍ୟା କରି  ଖୋର୍ଦ୍ଧା ପୁଲିସର ନିଦହଜାଇ ଦେଇଥିବା ଅପରାଧୀ ଗ୍ୟାଙ୍ଗକୁ ଧରିଛି ଖୋର୍ଦ୍ଧା ପୋଲିସ । ହତ୍ୟାକାଣ୍ଡ ପରେ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ପାଞ୍ଚଟି ଟିମ ଗଠନ କରାଯାଇ ଅପରାଧୀଙ୍କୁ ରଣପୁର ଜଙ୍ଗଲରୁ 6 ଜଣଙ୍କୁ ଗିରଫ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି । ଏହା ସହ ହତ୍ୟାରେ ବ୍ୟବହାର କରିଥିବା  ବିଏମଡ଼ବ୍ଲୁ କାର ଛୁରୀ ମଧ୍ୟ ଜବତ କରାଯାଇଛି । ଏସପିଙ୍କ ସୂଚନା ଅନୁଯାୟୀ ଅପରାଧୀ ମାନେ ଭୁବନେଶ୍ୱର ନାୟପଲିରେ ଜଣେ ଗାଡି ଚାଳକକୁ ଆକ୍ରମଣ କରିବାପରେ ଖୋର୍ଦ୍ଧା ପାଢ଼ୀ ବାରକୁ ଆସିଥିଲେ ଏବଂ ସେଠାରେ ଗାଡି ପର୍କିଙ୍ଗକୁ କେନ୍ଦ୍ରକରି ଉତେଜିତ ହୋଇ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ଏମାନଙ୍କ ନାମରେ ବହୁ ମାମଲା ରହିଥିବା ଜଣାପଡିଛି ।

୧୦ ବର୍ଷର ପିଲା କଲା ଏମିତି କିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ..

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking