40.1 C
Bhubaneswar
Thursday, April 25, 2024
Homeଅପରାଧ୧୦ ବର୍ଷର ପିଲା କଲା ଏମିତି କିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ..

୧୦ ବର୍ଷର ପିଲା କଲା ଏମିତି କିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ମଧ୍ୟପ୍ରଦେଶ : ଟଙ୍କା ଲୁଟ୍ ହେବାର ବିଭିନ୍ନ ଘଟଣା ଆପଣ ଜାଣିଛନ୍ତି । ଆଜି ଏଠାରେ ଏମିତ ଏକ ଘଟଣା ବିଷୟରେ ଆମେ କହିବୁ ଯାହା ଜାଣିଲେ ଆପଣ ଚକିତ ହୋଇଯିବେ । ଏକ ୧୦ ବର୍ଷର ପିଲା ୩୦ ସେକେଣ୍ଡରେ ଲୁଟିନେଲା ୧୦ ଲକ୍ଷ ଟଙ୍କା । ଏପରି ଏକ ଘଟଣା ମଧ୍ୟପ୍ରଦେଶ ଅନ୍ତର୍ଗତ ନୀମଚ ଜିଲ୍ଲା ଅନ୍ତର୍ଗତ ଜାବଦ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଲୁଟ୍ ର ଖବର ବ୍ୟାଙ୍କ ଷ୍ଟାଫ କି ବ୍ୟାଙ୍କର ଅନ୍ୟ କୌଣସି କର୍ମଚାରୀ ମଧ୍ୟଙ୍କୁ ଜଣାନଥିଲା । ତେବେ ଏହି ମାମଲା ବିଷୟରେ ସିସିଟିଭି ଦେଖିଲା ପରେ ଜଣାପଡ଼ିଲା ।
ସିସିଟିଭି ଫୁଟେଜ ରେ ଦେଖିବାକୁ ମିଳିଲା ଟେ , ଗୋଟିଏ ପିଲା ୧୧ଟାବେଳେ ସହକାରୀ ବ୍ୟାଙ୍କ ଯାଇଥିଲା । କିନ୍ତୁ ସେଠାରେ ତା ଉପସ୍ଥିତିକୁ କେହି ବି ଦେଖି ପାରିନଥିଲେ । ପିଲାଟି କ୍ୟାସ କାଉଣ୍ଟର ଡ଼େସ୍‌କ ଭିତରେ ଲୁଚି ପଡ଼ିଥିଲା । ଏହାପରେ ଧୀରେ ଧୀରେ ସେ ଗୋଟିଏ ବ୍ୟାଗ ଭିତରେ ଟଙ୍କା ଭତ୍ତି କରିବାକୁ ଲାଗି ପଡ଼ିଲା । ତାପରେ ୩୦ ସେକେଣ୍ଡ ଭିତରେ ବ୍ୟାଙ୍କ ବାହାରକୁ ମଧ୍ୟ ପଳାଇ ଆସିଲା ।
ପିଲାଟି ଯେମିତି ଚୋରି କରି ବାହାରକୁ ଆସିଲା , ସଙ୍ଗେସଙ୍ଗେ ବ୍ୟାଙ୍କର ଆଲର୍ମ ବାଜି ଉଠିଲା । ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ଼ ପିଲାଟିର ପଛରେ ଦୌଡ଼ିବାକୁ ଆରମ୍ଭ କରିଦେଇଥିଲା । ସିସିଟିଭି ଫୁଟେଜ ଦେଖିବା ପରେ ଜଣାପଡ଼ିଥିଲା ଯେ , ଜଣେ ୨୦ ବର୍ଷୀୟ ଯୁବକ ଛୋଟ ପିଲାଟିକୁ ଇସାରା ଦେଉଥିଲେ । ସେ ମଧ୍ୟ କିଛି ସମୟ ପାଇର୍ ବ୍ୟାଙ୍କ ଭିତରେ ଥିଲେ ।
ନିମଚ ଏସପି ମନୋଜ ରାୟ କହିଛନ୍ତି ଯେ , ପିଲାଟି ବହୁତ ଛୋଟ । ଏଥିପାଇଁ କାଉଣ୍ଟର ସାମ୍ନାରେ କୌଣସି ଲୋକ ତାକୁ ଦେଖିପାରିନଥିଲେ । ବ୍ୟାଙ୍କ ବାହାର ସିସିଟିଭ ଫୁଟେଜରୁ ଜଣାପଡ଼ିଥିଲା ଯେ , ଯୁବକ ଜଣକ ଓ ଛୋଟ ପିଲାଜଣକ ଅଲଗା ଅଲଗା ଦିଗରେ ଦୌଡ଼ି ପଳାଇଥିଲେ । କିଛି ସଠିକ ଜଣାପଡ଼ିନଥିଲେ ମଧ୍ୟ କିଛି ସଂଦିଗ୍ଧଙ୍କୁ ପଚରାଉଚୁରା ଜାରି ରଖାଯାଇଛି । ଅଭିଯୁକ୍ତଜଣକ କିଛି ଦିନ ହେବ ବ୍ୟାଙ୍କକୁ ଆସି ସବୁ ନଜର କରିଥିଲା । ତା ପରେ ଛୋଟ ପିଲାଟିକୁ ଏହି କାମ କରିବାକୁ ଲଗାଇ ଦେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking