39.1 C
Bhubaneswar
Friday, April 26, 2024
Homeଅପରାଧକକାକୁ ହାଣିଦେଲା ପୁତୁରା

କକାକୁ ହାଣିଦେଲା ପୁତୁରା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପଳାସିଆ ଗ୍ରାମର ଗୋଟିଏ ପରିବାରରେ ଚୁଲି ପାଉଁଶ ପକାଇବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ଅଭିଯୋଗ ଅନୁସାରେ ପଳାସିଆ ଗ୍ରାମର ନୀଳକଣ୍ଠ ମହାପାତ୍ରଙ୍କ ଦୁଇ ପୁଅ ଦୀନବନ୍ଧୁ ଏବଂ ପ୍ରଫୁଲ୍ଲ ତାଙ୍କର କକା ଭାଗବତ ମହାପାତ୍ର(୬୫)ଙ୍କୁ ଶାବଳରେ ଆକ୍ରମଣ କରିବା ସହ ମୁଣ୍ଡକୁ ହାଣିଦେଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ଭାଗବତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶବ ବ୍ୟବଛେଦ କରାଇ ବସ୍ତା ପୁଲିସ ଘଟଣାର ତଦନ୍ତ କରୁଛି । ମୃତ ଭାଗବତଙ୍କ ସାନଭାଇ ରବୀନ୍ଦ୍ର ମହାପାତ୍ରଙ୍କ କହିବା ଅନୁସାରେ, ସୋମବାର ୧୧ଟାରେ ଭାଗବତଙ୍କ ପରିବାର ଏବଂ ଦୀନବନ୍ଧୁଙ୍କ ପରିବାର ମଧ୍ୟରେ ଘର ଆଗରେ ଥିବା ଚୁଲିରୁ ପାଉଁଶ ପକାଇବାକୁ କେନ୍ଦ୍ର ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଦୀନବନ୍ଧୁ ଶାବଳରେ ଆକ୍ରମଣ କରିବା ବେଳେ ପ୍ରଫ୍ଲଲ ଏକ ଧାରୁଆ ଅସ୍ତ୍ରରେ ଭାଗବତଙ୍କ ମୁଣ୍ଡକୁ ହାଣି ଦେଇଥିଲା । ଫଳରେ ଭାଗବତ ଗୁରୁତର ହୋଇପଡ଼ିଥିଲେ । ଏନେଇ ପରିବାର ପକ୍ଷରୁ ପ୍ରଥମେ ବାଲେଶ୍ୱର ମେଡିକାଲ ଫାଣ୍ଡିରେ ଅଭିଯୋଗ କରାଯାଇଥିଲା । ପରେ ବସ୍ତା ଥାନାରେ ଏନେଇ ଅଭିଯୋଗ ହୋଇଥିବାବେଳେ ଅଭିଯୁକ୍ତ ଦୁଇଭାଇ ଫେରାର ଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking