30.1 C
Bhubaneswar
Wednesday, April 24, 2024
Homeଅପରାଧଡେରାବିଶରେ ବୋମା ମାଡ଼

ଡେରାବିଶରେ ବୋମା ମାଡ଼

କେନ୍ଦ୍ରାପଡା଼ : କେନ୍ଦ୍ରାପଡ଼ା ଜିଲ୍ଲାରେ ଅପରାଧ କମିବାର ନାଁ ଧରୁନି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟମିତ ବ୍ୟବଧାନରେ ଲୁଟ, ବୋମା ମାଡ଼ ବା ଗୁଳି କାଣ୍ଡ ଘଟିବାରେ ଲାଗିଛି । ଏ ନେଇ ଜିଲ୍ଲାର ସାଧାରଣ ଲୋକେ ଅତଙ୍କିତ ଅବସ୍ଥାରେ ଅଛନ୍ତି । ଡେରାବିଶ ବ୍ଲକ ଅନ୍ତଗତ ବାଲିଆ ଗ୍ରାମର ଅମୀର ଖାନଙ୍କ ଘର ଉପରକୁ ରାତି ପ୍ରାୟ ସାଢ ୧ ଟା ସମୟରେ ଦୁର୍ବୃତମାନେ ବୋମା ମାଡ଼ କରି ପଳାଇ ଯାଇଛନ୍ତି । ଏହି ବୋମା ମାଡ଼ରେ କେହି ମୃତାହତ ହୋଇ ନଥିଲେ ବି ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି ଓ ସାଧାରଣ ଲୋକେ ଭୟଭୀତ ହୋଇ ରହିଛନ୍ତି । ଘଟଣାସ୍ଥଳରେ ୨ଟି ଜୀବନ୍ତ ଗୁଳି, ସୁତୁଲି ଓ ଦିଆସିଲି କାଠି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହି ।ବୋମା ମାଡ଼ କିଏ ଓ କ’ଣ ପାଇ ଘଟାଇଛି ତାହା ଜଣାପଡ଼ିନାହିଁ । ସୋମବାର ସକାଳେ ଡେରାବିଶ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପୁଲିସ ସାଂଟିଫିକ ଟିମ ଘଟଣାସ୍ଥଳକୁ ଆସି ତଦନ୍ତ କରିବା ପରେ ଏ ନେଇ ଅଧିକ ସୂଚନା ମିଳିବ ବୋଲି ଡେରାବିଶ ଥାନା ଅଧିକାରୀ ରମାକାନ୍ତ ନାୟକ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking