25.1 C
Bhubaneswar
Thursday, May 9, 2024
Homeଓଡିଶାଓଏସ୍‌ଏସ୍‌ସିର କୁବେର ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣା

ଓଏସ୍‌ଏସ୍‌ସିର କୁବେର ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣା

ଭୁବନେଶ୍ୱର: ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ କଲା ଭିଜିଲାନ୍ସ । ଟଙ୍କା ନେବା ଏବଂ ରଖିବା ମାମାଲାରେ ସହଯୋଗ କରିଥିବାରୁ ମାମଲା ରୁଜୁ କରିଛି ଭିଜିଲାନ୍ସ । ଖୁବଶୀଘ୍ର ପତ୍ନୀ ଏବଂ ଶାଳକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି । କୋଳଥିଆ ନିକଟରେ ଥିବା ଘରେ ଟଙ୍କା ଡିଲ୍ ନେଇ ଯାଞ୍ଚ କରାଯିବାର ସୂଚନା ମିଳିଛି । ତେବେ ଆୟ ଠାରୁ ଯଥେଷ୍ଟ ଅଧିକ ଟଙ୍କା ଥିବାରୁ ବିରଞ୍ଚିଙ୍କ ଘରେ ସିବିଆଇର ରେଡ୍ ପଡ଼ିଥିଲା । ତେବେ ଏହି କେଳେଙ୍କାରୀରେ ସେ ଏକଲା ଅଛନ୍ତି ନା ଆଉ ଭି କିଛି ଉପର ଅଧିକାରୀ ଅଛନ୍ତି ତାହା ସନ୍ଦେହ କରାଯାଇଛି । ଆବଶ୍ୟକ ପଡ଼ିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ପୋଲିସ କହିଛି । ତେବେ ଦରାକର ପଡ଼ିଲେ ବିରଞ୍ଚିଙ୍କୁ ଗତ ସୋମବାରରୁ ୫ଦିନର ରିମାଣ୍ଡରେ ରଖି ଆଉ କିଛି ଅଧିକାରୀଙ୍କର ପର୍ଦ୍ଦା ଫାଶ କରିବା ପାଇଁ ପଚରାଉଚରା କରାଯିବ ବୋଲି ସୂଚନାରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking