ନୂଆଦିଲ୍ଲୀ : ନିଟ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନସେଲିଂକୁ ଘୁଞ୍ଚାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଅଲ ଇଣ୍ଡିଆ କୋଟା ପାଇଁ ଆଜିଠାରୁ କାଉନସେଲିଂ ହେବାର ଥିଲା । ଅନ୍ୟପକ୍ଷରେ ନିଟ୍ ପେପର ଲିକ୍ ଅଭିଯୋଗ ମଧ୍ୟରେ ସ୍ଥଗିତ ରହିଥିବା ନିଟ୍-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଅଗଷ୍ଟ ୧୧ ତାରିଖରେ ନିଟ୍ ପିଜି ପରୀକ୍ଷା ଅନୁଷ୍ଠିତ ହେବ।ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ବୋଲି ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି।ନିଟ୍ର ୟୁଜି ପରୀକ୍ଷାରେ ଅନିୟମିତତା ଯୋଗୁ ଜୁନ ୨୨ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା। ଏହି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ପରବର୍ତ୍ତୀ ଅବସ୍ଥାରେ ତାରିଖ ଘୋଷଣା କରାଯିବ। ସେହି ଅନୁସାରେ ପରୀକ୍ଷା ତାରିଖ ଘୋଷଣା କରାଯାଇଛି।










