25.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶଶପଥଗ୍ରହଣ କଲେ ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ

ଶପଥଗ୍ରହଣ କଲେ ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ  ଶପଥଗ୍ରହଣ କରିଛନ୍ତି। ରାଞ୍ଚିସ୍ଥିତ ରାଜଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀଙ୍କୁ ଶପଥପାଠ କରାଇଛନ୍ତି। ଏହି ଅବସରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିଧାନସଭା ବାଚସ୍ପତି ରବୀନ୍ଦ୍ରନାଥ ମହାତୋ, ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ଶପଥଗ୍ରହଣ ସମାରୋହରେ ଓଡ଼ିଶାର ଶତାଧିକ ଆଇନଜୀବୀ ଯୋଗ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଝାଡ଼ଖଣ୍ଡ ହାଇକୋର୍ଟର ୧୫ତମ ମୁଖ୍ୟ ବିଚାରପତି ହୋଇଛନ୍ତି ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ। ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ୨୭ ବର୍ଷ ଆଇନଜୀବୀ ଭାବେ ସେ କାର୍ୟ୍ୟ କରି ସୁନାମ ଅର୍ଜନ କରିଥିବା ବେଳେ ୨୦୧୩, ଜୁନ ୨୦ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking