38.1 C
Bhubaneswar
Friday, April 26, 2024
Homeଓଡିଶାରାଜଧାନୀରୁ ମା-ଝିଅ ନିଖୋଜ

ରାଜଧାନୀରୁ ମା-ଝିଅ ନିଖୋଜ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ରାଜଧାନୀ ଭୁବନେଶ୍ୱରରେ କାମଧନ୍ଦା କରୁଥିବା ଜଣେ ମାଆ ଓ ତାଙ୍କର ସାତ ବର୍ଷର ଝିଅ ନିଖୋଜ ହୋଇଯାଇଛନ୍ତି । ଘଟଣା ସାରା ଫିରିଙ୍ଗିଆ ତଥା ସାରା କନ୍ଧମାଳ ଜିଲ୍ଲାରେ ଆଲୋଚ୍ୟର ବିଷୟ ହୋଇଛି । ଖବର ପ୍ରକାରେ , ଫିରିଙ୍ଗିଆ ବ୍ଲକ୍ ବାଳନ୍ଦାପଡ଼ା ଗ୍ରାମର ସଞ୍ଜୟ ଦିଗାଳ ନାମକ ଜଣେ ବ୍ୟକ୍ତି କାମଧନ୍ଦା ଅଭାବରୁ ନିଜ ସ୍ତ୍ରୀ ସରୋଜିନୀ ଦିଗାଳ (୩୨) ଓ ତାଙ୍କ ସାତବର୍ଷର ଝିଅ ତନ୍ମୟା ଦିଗାଳଙ୍କ ସହ ରାଜଧାନୀ ଭୁବନେଶ୍ୱର ଯାଇଥିଲେ । ସେଠାରେ ଭରତପୁର ହନୁମାନ ବସ୍ତିରେ ଏକ ଭଡ଼ା ଘରେ ରହିବା ସହ ସଞ୍ଜୟ ଏକ ଘରୋଇ କମ୍ପାନୀରେ ଗାଡ଼ି ଡ୍ରାଇଭର ଭାବେ କାମ କରୁଥିଲେ ।

ଗତ ୩୧ ତାରିଖ ରାତିପ୍ରାୟ ୮ ଟା ସମୟରେ ସଞ୍ଜୟଙ୍କ ସ୍ତ୍ରୀ ସରୋଜିନୀ ନିଜର ସାତ ବର୍ଷର ଝିଅ ତନ୍ମୟାକୁ ଧରି ଘର ପାଖରେ ଥିବା ଏକ କିରାଣୀ ଦୋକାନକୁ ଜିନିଷ କିଣିବାକୁ ଘରୁବାହରି ଆଉ ଘରକୁ ଫେରିନଥିବାର ଅଭିଯୋଗ ହୋଇଛି । ସ୍ୱାମୀ ସଞ୍ଜୟ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ  ବହୁ ଖୋଜଖୋଜି କଲା ପରେ ମଧ୍ୟ ମା-ଝିଅର କୌଣସି ପ୍ରକାର ସନ୍ଦାନ ପାଇନଥିଲେ । ଏ ନେଇ ୯ ତାରିଖ ଦିନ ଭରତପୁର ଥାନାରେ ତାଙ୍କ ସ୍ତ୍ରୀ ଓ ଝିଅ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ୍ କେସ ନମ୍ବର ୪ା୨୨ରେ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଇତି ମଧ୍ୟରେ ଏତଲାଦେବାର ୫ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସନ୍ଧାନ ମିଳିନଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking