34.1 C
Bhubaneswar
Friday, March 29, 2024
Homeଖେଳଅଣ୍ଡର-୧୯ ବିଶ୍ୱକପ୍‌ : ଗ୍ରୁପ୍‌-ସି’ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ଅଣ୍ଡର-୧୯ ବିଶ୍ୱକପ୍‌ : ଗ୍ରୁପ୍‌-ସି’ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ଆଣ୍ଟିଗୁଆ : ଆଫଗାନିସ୍ତାନ ଟିମ୍ ବିଳମ୍ବରେ ୱେଷ୍ଟଇଣ୍ଡିଜ୍‌ରେ ପହଞ୍ଚିବା ଫଳରେ ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ୨୦୨୨ର ଗ୍ରୁପ୍‌-ସି’ର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବାକୁ ପଡ଼ିଛି । ଆଇସିସି ଏକ ବୟାନରେ କହିଛି, ‘ଯାତ୍ରା ପାଇଁ ଆବଶ୍ୟକ ଭିସା ହାସଲ କରିବା ପରେ ଆଫଗାନିସ୍ତାନ ଟିମ୍ ୱେଷ୍ଟଇଣ୍ଡିଜ୍‌ରେ ପହଞ୍ଚିବ ଏବଂ କ୍ୱାରେଣ୍ଟାଇନ୍ ଅବଧି ପୂରଣ କରିବ ।’

ଏହି କାର୍ଯ୍ୟକ୍ରମ ପରିବର୍ତ୍ତନକୁ ଆଇସିସି ଟୁର୍ଣ୍ଣାମେଣ୍ଟ୍ ଟେକ୍ନିକାଲ୍ କମିଟି ମଞ୍ଜୁରୀ ପ୍ରଦାନ କରିଛି । କମିଟିରେ ଆଇସିସି ଟୁର୍ଣ୍ଣାମେଣ୍ଟ୍ ମୁଖ୍ୟ କ୍ରିସ୍ ଟେଟଲି, ଆଇସିସି ସିନିୟର ଇଭେଣ୍ଟ୍ ମ୍ୟାନେଜର ଫୱାଜ୍ ବକ୍ସ, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ରୋଲାଣ୍ଡ୍ ହୋଲ୍ଡର୍ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ପ୍ରତିନିଧି ଆଲେନ୍ ବିଲ୍‌କିନ୍ସ ଓ ରସେଲ୍ ଆର୍ଣ୍ଣଲ୍ଡ ସାମିଲ ଅଛନ୍ତି । ଟେଟ୍‌ଲୀ କହିଛନ୍ତି, ଆଫଗାନିସ୍ତାନ ଆବଶ୍ୟକ ଭିସା ହାସଲ କରିନେବା ସହ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଥିବାରୁ ଆମେ ବହୁତ ଖୁସି । ନିର୍ଦ୍ଧାରିତ ସମୟରେ ସମସ୍ତ ମ୍ୟାଚ୍ ଆୟୋଜନ କରିବା ନିମନ୍ତେ ଆମେ ଗ୍ରୁପ୍‌-ସି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିଛୁ । ସମସ୍ତ ପ୍ରତିଯୋଗୀ ସଦସ୍ୟଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ।’

ଗ୍ରୁପ୍‌-ସି’ ସଂଶୋଧିତ କାର୍ଯ୍ୟକ୍ରମ
ଜାନୁଆରୀ ୧୫: ଜିମ୍ବାୱେ ବନାମ ପାପୁଆ ନ୍ୟୁଗିନି । ଜାନୁଆରୀ ୧୭: ପାକିସ୍ତାନ ବନାମ ଜିମ୍ବାୱେ । ଜାନୁଆରୀ ୧୮: ଆଫଗାନିସ୍ତାନ ବନାମ ପାପୁଆ ନ୍ୟୁଗିନି । ଜୁନଆରୀ ୨୦: ପାକିସ୍ତାନ ବନାମ ଆଫଗାନିସ୍ତାନ (ଅପରିବର୍ତ୍ତିତ) । ଜାନୁଆରୀ ୨୨: ପାକିସ୍ତାନ ବନାମ ପାପୁଆ ନ୍ୟୁଗିନି । ଜାନୁଆରୀ ୨୨: ଆଫଗାନିସ୍ତାନ ବନାମ ଜିମ୍ବାୱେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking