34.1 C
Bhubaneswar
Thursday, April 25, 2024
Homeଓଡିଶାଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ଅଭିଯୋଗରେ ଯୁବକ ଗିରଫ

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ଅଭିଯୋଗରେ ଯୁବକ ଗିରଫ

ବ୍ରହ୍ମପୁର: ଜଣେ ଯୁବତୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ ସହ ଅଶ୍ଳୀଳ ଭାଷାରେ ମେସେଜ ପଠାଇବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣଙ୍କ ଭୁବନେଶ୍ୱର ଖାରବେଳ ନଗରର ସିଦ୍ଧାର୍ଥ ଦତ୍ତ(୨୮) ବୋଲି ପୁଲିସ କହିଛି । ଏହି ପରିପ୍ରେକ୍ଷୀରେ ବଡ଼ ବଜାର ପୁଲିସ ମାମଲାରେ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗରର ଅଭିଯୋଗକାରିଣୀ ଓ ଅଭିଯୁକ୍ତ ସିଦ୍ଧାର୍ଥ ଗତ ୨ ବର୍ଷ ପୂର୍ବେ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ସେହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଲକ୍ ଡାଉନ୍ ଫଳରେ ଉଭୟ ନିଜ ନିଜ ଘରେ ରହି କମ୍ପାନୀ ପାଇଁ କାମ କରୁଥିଲେ । ବିଭିନ୍ନ କାରଣଙ୍କୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାଫଳରେ ଯୁବତୀ ଜଣଙ୍କ ସିଦ୍ଧାର୍ଥଙ୍କ ସହ ଆଉ କଥା ହୋଇନଥିଲେ । ଏହି କାରଣରୁ ଅଭିଯୁକ୍ତ ଜଣଙ୍କ ବିଭିନ୍ନ ସମୟରେ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ମେସେଜ ପଠାଇବା ସହ ବିଭିନ୍ନ ପ୍ରକାରର ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ସିଦ୍ଧାର୍ଥଙ୍କ ସମସ୍ତ ସୋସିଆଲ ମିଡ଼ିଆକୁ ବ୍ଲକ୍ କରିଦେଇଥିଲେ । ଯୁବକ ଜଣଙ୍କ ଏଥିରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଅଶ୍ଳୀଳ ଫଟୋ ତାଙ୍କର ବିଭିନ୍ନ ସାଙ୍ଗମାନଙ୍କୁ ଛାଡ଼ିଥିଲେ । ଏହି ଘଟଣା ଜାଣିବା ପରେ ଗତ ଅକ୍ଟୋବର ମାସରେ ବଡ଼ ବଜାର ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking