30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏନଡି ଟିଭିର ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ପରଲୋକ

ଏନଡି ଟିଭିର ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ପରଲୋକ

ନୂଆଦିଲ୍ଲୀ: ଏନଡି ଟିଭିର ବରିଷ୍ଠ ସାମ୍ବାଦିକ କମାଲ ଖାନ ଆଉ ନାହାନ୍ତି । ଆଜି ସକାଳୁ ହାର୍ଟ ଆଟାକରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ସମୟ ଧରି ପ୍ରିଣ୍ଟ ମିଡ଼ିଆରେ କାର୍ଯ୍ୟ କରିବା ପରେ ଏନଡି ଟିଭିରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏକ ଦଶକ ଧରି ସାମ୍ବାଦିକତାରେ ସକ୍ରିୟ ରହିବା ସହ ଖବର ପରିବେଷଣ କରିବାର ସ୍ୱତନ୍ତ୍ର ଶୈଳୀ ପାଇଁ ବେଶ୍ ଲୋକପ୍ରିୟ ଥିଲେ ।

କମାଲଙ୍କ ମୃତ୍ୟୁରେ ସାରା ସାମ୍ବାଦିକ ଜଗତରେ ଶୋକର ଲହରୀ ଖେଳିଯାଇଛି । କମାଲଙ୍କ ମୃତ୍ୟୁ ଖବର ବହୁତ କଷ୍ଟଦାୟକ ବୋଲି ବରିଷ୍ଠ ପତ୍ରକାର ବ୍ରଜେଶ ମିଶ୍ର ଟ୍ୱିଟ୍ କରିଛନ୍ତି । ସେହିପରି କମାଲ ବହୁତ ସରଳ ସ୍ୱଭାବର ବ୍ୟକ୍ତି ଥିଲେ ବୋଲି କହିଛନ୍ତି କମାଲଙ୍କ ପୁରୁଣା ବନ୍ଧୁ ତଥା ବରିଷ୍ଠ ପତ୍ରକାର ଶ୍ରବଣ କୁମାର ଶୁକ୍ଲା । କମାଲଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ କରି ସମବେଦନା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking