27.1 C
Bhubaneswar
Friday, May 10, 2024
Homeଓଡିଶାଆରମ୍ଭ ହେଲା ପିଲାଙ୍କ ସକାଳୁଆ ସ୍କୁଲ

ଆରମ୍ଭ ହେଲା ପିଲାଙ୍କ ସକାଳୁଆ ସ୍କୁଲ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ପିଲାଙ୍କ ସକାଳୁଆ ସ୍କୁଲ । ଉତ୍ତାପ ଯୋଗୁଁ ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ। ରାଜ୍ୟରେ ଅଧିକାଂଶ ସ୍ଥାରେ ୪୨ରୁ ୪୫ ଡିଗ୍ରୀ ଉପରେ ରହୁଛି ପାରଦ। ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ଆଜିଠୁ ପିଲାଙ୍କ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି ।ସକାଳ ୬ଟାରୁ ସକାଳ ୯ଟା ଯାଏ ପାଠପଢ଼ା ଚାଲିବ। ସକାଳୁ କୁନି କୁନି ପିଲାମାନେ ସ୍କୁଲ ଆସିଛନ୍ତି। ଦିନ ବଢିବା ସହ ଖରା ବଢୁଛି । ତେବେ ଖରା ବଢିବା ପୂର୍ବରୁ ସ୍କୁଲ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ସୂଚନାନୁଯାୟୀ , ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ଖରା ସ୍କୁଲ ଛୁଟି ଘୋଷଣା ହୋଇଥିଲା । ପରେ ଖରାର ପ୍ରକୋପ ବଢ଼ୁଥିବାରୁ ସକାଳୁଆ ସ୍କୁଲ ନେଇ ଅଭିଭାବମାନେ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking