29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଜମ୍ମୁ କାଶ୍ମୀରର କିଛି ସ୍ଥାନରେ ଇଣ୍ଟରନେଟ ସେବା ସାମୟିକ ସ୍ଥଗିତ

ଜମ୍ମୁ କାଶ୍ମୀରର କିଛି ସ୍ଥାନରେ ଇଣ୍ଟରନେଟ ସେବା ସାମୟିକ ସ୍ଥଗିତ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ ଜେଲ୍‌ ଡିଜିଙ୍କ ହତ୍ୟା ପରେ ଘାଟିର କିଛି ସ୍ଥାନରେ ଇଣ୍ଟରନେଟ ସେବାକୁ ସାମୟିକ ବନ୍ଦ ରଖାଯାଇଛି । ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ ହୋଇଛି । ଇଣ୍ଟରନେଟ ସେବାକୁ ବ୍ୟବହାର କରି ଆତଙ୍କୀ କିମ୍ବା ବିଛିନ୍ନତାବାଦୀ ଗୋଷ୍ଠୀ ଘାଟିରେ କିଛି ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ପରି କାର୍ଯ୍ୟକଳାପ ଆଶଙ୍କା ଦେଖାଯିବାରୁ ଏହାକୁ ସମୟିକ ସମୟ ପାଇଁ ବନ୍ଦ ରଖାଯାଇଛି । ଗତକାଲି ରାତିରେ କାଶ୍ମୀର ଜେଲ ଡିଜି ହେମନ୍ତ କୁମାର ଲୋହିଆଙ୍କ ମୃତଦେହ ଗଳାକଟା ଅବସ୍ଥାରେ ଠାବ ହୋଇଥିଲା।
ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି । ଜମ୍ମୁ କାଶ୍ମୀର ପୋଲିସ ଡିଜି ଦିଲବାଗ ସିଂ ମୃତଦେହ ମିଳିଥିବା ଲୋହିଆଙ୍କ ବାସଭବନରେ ପହଞ୍ଚି ନିଜେ ତଦନ୍ତ କରିଛନ୍ତି । ଘରୋଇ ସହାୟକ ତାଙ୍କୁ ହତ୍ୟା କରିଥବା ପ୍ରାଥମିକ ଭାବେ ଅନୁମାନ କରାଯାଉଥିବା

ବେଳେ ତାକୁ ଅଟକ ରଖି ପୋଲିସ ଜେରା ଜାରି ରଖିଛି । ଏହାକୁ ଆତଙ୍କବାଦୀ ଘଟଣା ଦୃଷ୍ଟିରୁ ମଧ୍ୟ ବିଚାର କରୁଛି ପୋଲିସ । ଆବଶ୍ୟକ ହେଲେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ସହାୟତା ମଧ୍ୟ ନେଇପାରେ ପୋଲିସ । ସୋମବାର ଜମ୍ମୁ ସ୍ଥିତ ନିଜ ବାସଭବନରେ ଜେଲ ଡିଜି ହେମନ୍ତ କୁମାର ଲୋହିଆଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ଠାବ ହୋଇଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ମୃତଦେହ ଜାଳିବାକୁ ମଧ୍ୟ ଉଦ୍ୟମ କରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ, ଫରେନସିକ୍ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି । ୫୭ ବର୍ଷୀୟ ହେମନ୍ତ କୁମାର ଲୋହିଆ ହେଉଛନ୍ତି ୧୯୯୨ ବ୍ୟାଚର ଆଇପିଏସ ଅଧିକାରୀ । ଗତ ଅଗଷ୍ଟରେ ଜମ୍ମୁ କାଶ୍ମୀରରେ ଜେଲ୍ ଡିଜିପି ଭାବେ ତାଙ୍କୁ ଦାୟିତ୍ବ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking