30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏଣିକି ସରକାରୀ ସ୍କୁଲରେ ପାଳନ ହେବ ଛାତ୍ରଛାତ୍ରୀଙ୍କର ଜନ୍ମଦିନ

ଏଣିକି ସରକାରୀ ସ୍କୁଲରେ ପାଳନ ହେବ ଛାତ୍ରଛାତ୍ରୀଙ୍କର ଜନ୍ମଦିନ

ନୂଆଦିଲ୍ଲୀ: ଏଣିକି ସରକାରୀ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କ ବାର୍ଥ ଡେ’ ପାଳନ କରାଯିବ । ଏନେଇ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଜନ୍ମଦିନ ଏଣିକି କ୍ଲାସରୁମରେ ପାଳନ କରାଯିବ । ତେବେ ଶିକ୍ଷା ନିର୍ଦ୍ଦେଶାଳୟର ଏହି ପଦକ୍ଷେପ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଏକ ନୂଆ ଭାବନା ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ନିକଟରେ ଦିଲ୍ଲୀ ସରକାର ଏହି ନୂଆ ପଦକ୍ଷେପ ନେଇଛନ୍ତି । ଜାରି ସର୍କୁଲାର ମୁତାବକ, କୃତଜ୍ଞତା, ପ୍ରେରଣା ଓ ସକାରାତ୍ମକ ଭାବନାକୁ ବୃଦ୍ଧି ପାଇଁ ଦିଲ୍ଲୀର ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଜନ୍ମଦିନ ପାଳନ କରାଯିବ ।

ଏହାଫଳରେ ଛାତ୍ରଛାତ୍ରୀଙ୍କ ଧ୍ୟାନ ଏକ୍ସପ୍ଲୋର, ଏକ୍ସପିରିୟନ୍ସ ଓ ଖୁସି ଜାହିର କରିବା ଆଡ଼କୁ ମୁହାଁଇବ । ସୂଚନାଯୋଗ୍ୟ ଯେ, ହାପିନେସ କରିକୁଲମ ୟୁନେସ୍କେର ମୌଳିକ ସିଦ୍ଧାନ୍ତ ଉପରେ ଆଧାରିତ ଅଟେ । ଏହା ଶିକ୍ଷାର ମୂଲ୍ୟବୋଧ ବୃଦ୍ଧି ନେଇ ଶିକ୍ଷକଙ୍କୁ ଗାଇଡ୍ କରିବା ସହ ଶିକ୍ଷାଲାଭ କରିବାର ପ୍ରକ୍ରିୟାକୁ ନୂଆ ରୂପ ଦେଇଥାଏ । ହାପିନେସ କରିକୁଲମ ଅନୁଯାୟୀ ଦିଲ୍ଲୀ ସରକାରଙ୍କ ସ୍କୁଲର ଛାତ୍ରଛାତ୍ରୀଙ୍କ ଜନ୍ମଦିନ ଏକ ନୂଆ ଢଙ୍ଗରେ ପାଳନ କରାଯିବ ।

ଛୋଟ ଶ୍ରେଣୀଠାରୁ ଆରମ୍ଭ କରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ଜନ୍ମଦିନ କ୍ଲାସରୁମରେ ପାଳନ କରାଯିବ । ଯେଉଁ ପିଲାମାନଙ୍କର ଜନ୍ମଦିନ ରବିବାର ବା ଛୁଟିଦିନରେ ପଡ଼ିବ, ସେମାନଙ୍କର ଜନ୍ମଦିନ ସୋମବାର ବା ସ୍କୁଲ ଖୋଲିବା ପୂର୍ବଦିନ ପାଳନ କରାଯିବ । ଏହାଦ୍ୱାରା ପିଲାଙ୍କ ମନରେ ଆଭାର ସୃଷ୍ଟି ହେବା ସହ ଆଗକୁ କିଛି କରିବା ନେଇ ପ୍ରେରଣା ସୃଷ୍ଟି ହେବ । ପିଲାଙ୍କ ମଧ୍ୟରେ ସ୍ୱଜାଗରୁକତା, ଅଭିବ୍ୟକ୍ତି, ସହାନୁଭୂତି, ସୁବୁଝାମଣା ଆଦି ଜ୍ଞାନର ବିକାଶ ଘଟାଇବା ଏହି ସର୍କୁଲାରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking