30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗ‘ମାନବିକତା’ ପକ୍ଷରୁ ଭ୍ରାମ୍ୟମାଣ ରକ୍ତଦାନ ଶିବିର

‘ମାନବିକତା’ ପକ୍ଷରୁ ଭ୍ରାମ୍ୟମାଣ ରକ୍ତଦାନ ଶିବିର

ରାଉରକେଲା: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ସ୍ଥିତ ପୂର୍ଣ୍ଣାନନ୍ଦ ମାର୍କେଟର ପାଣିଟାଙ୍କି ପଡ଼ିଆ ଠାରେ ଏକ ଭ୍ରାମ୍ୟମାଣ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସହରର ଜଣାଶୁଣା ସାମାଜିକ ଅନୁଷ୍ଠାନ ‘ମାନବିକତା’ ପକ୍ଷରୁ ଚଳିତ ବର୍ଷର ୧୦ମ ପର୍ଯ୍ୟାୟ ‘ଜୀବନଧାରା’ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ସାମାଜିକ କର୍ମୀ ଅଶୋକ ସାମଲଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ରକ୍ତାଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ‘ମାନବିକତା’ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ସେଠୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ବୁନ୍ଦାଏ ରକ୍ତ ଦ୍ୱାରା  ଅନ୍ୟ ଜଣଙ୍କୁ ଏକ ନୂତନ ଜୀବନ ମିଳିଥାଏ, ରକ୍ତଦାନ ଏକ ମହାପୂଣ୍ୟ । ଏଣୁ ପ୍ରତ୍ୟେକ ବ୍ୟକ୍ତି ରକ୍ତଦାନ କରିବାକୁ ଆଗେଇ ଆସିବା  ଉଚିତ । ଏହା ସମସ୍ତଙ୍କ ଏକ ନୈତିକ ଗୁରୁ ଦାୟିତ୍ୱ ବୋଲି ଶ୍ରୀ ସେଠୀ ତାଙ୍କ ବକ୍ତ୍ୟବରେ ପ୍ରକାଶ କରିଥିଲେ । ରାଉରକେଲା ସରକାରୀ ହସ୍ପିଟାଲର ଡାକ୍ତର ମୀରା ଶେଷମଲ୍ଲଙ୍କ  ତତ୍ୱାବଧାନରେ ରକ୍ତଦାନ ଶିବିର ପରିଚାଳନା କରାଯାଇଥିବା ବେଳେ, ଅନ୍ୟ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ମୋଟ ୨୩ ୟୁନିଟ ରକ୍ତ ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କ ଠାରୁ ସଂଗୃହୀତ ହୋଇଥିଲା । ସ୍ଥାନୀୟ ଅଂଚଳର ଯୁବକ ଓ ସାମାଜିକ କର୍ମୀ ମାନେ ସ୍ୱତଃପ୍ରବୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଗଦାଧର ନାୟକ, ମହେନ୍ଦ୍ର କୁମ୍ଭାର, ସୁଶାନ୍ତ ମଲ୍ଲିକ, ଚିତରଂଜନ ପରିଡ଼ା, ସୌମ୍ୟରଂଜନ ପଣ୍ଡା, ବିଜୟ ପ୍ରହରାଜ ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking