30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବରୀ ବ୍ଲକରେ ପଂଚାୟତ ସମିତି ବୈଠକରେ ହଙ୍ଗାମା, ବିଜେଡ଼ି ଓ ବିଜେପି ମଧ୍ୟରେ ସଙ୍ଘର୍ଷ

ବରୀ ବ୍ଲକରେ ପଂଚାୟତ ସମିତି ବୈଠକରେ ହଙ୍ଗାମା, ବିଜେଡ଼ି ଓ ବିଜେପି ମଧ୍ୟରେ ସଙ୍ଘର୍ଷ

ଯାଜପୁର :  ଯାଜପୁର ଜିଲ୍ଲାର ବରୀ ବ୍ଲକ ରେ ଆଜି ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଥିଲା l ବୈଠକ ଆରମ୍ଭ ରୁ ବିଜେଡ଼ି ଓ ବିଜେପି ଦୁଇ ରାଜନୈତିକ ଦଳର ସମର୍ଥିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ହଟ୍ଟଗୋଳ। ଫଳରେ ଚାଲିପାରିଲା ନାହଁ ପଂଚାୟତ ସମିତି ବୈଠକ l ବୈଠକ ଆରମ୍ଭରୁ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ପଞ୍ଚାୟତ ସମିତି ବାହାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଠେଲାପେଲା ଓ ମାରପିଟ ହୋଇଥିଲା।ଦୁଇ ଦଳର ସମର୍ଥ ମାନଙ୍କ ମଧ୍ୟରେ ତ୍ରୀବ୍ର ରୂପ ଧାରଣ କରିଥିଲା l ସଙ୍ଘର୍ଷ ରେ 5ରୁ ଉର୍ଦ୍ଧ ଆହତ ହୋଇ ଥିବା ର ଖବର ମିଳିଛି l ଅନେକ ବାଇକ ଭଙ୍ଗା ରୁଜା ହୋର ଥିବା ର ସୂଚନା ହୋଇଛି l  ଖବର ପାଇ ବରୀ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଆଇନଶୃଙ୍ଖଳା ଦୃଷ୍ଟିକୋଣରୁ ବ୍ଲକ ପରିସରରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛିl  ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି। ଏପଟେ ଆଜି ପଞ୍ଚାୟତ ସମିତି ବୈଠକ ଆରମ୍ଭରୁ ଏକ ପ୍ରସ୍ତାବରେ ସହମତି ନହେବାରୁ ଏଭଳି ଘଟଣା ଘଟିଥିବା ର କୁହା ଯାଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking