39.1 C
Bhubaneswar
Friday, April 26, 2024
Homeଓଡିଶାମୋ ବସ୍‍ ବନ୍ଦ, ରେଳ ଓ ବିମାନ ଯାତ୍ରୀଙ୍କୁ ସେବା ମିଳିବ

ମୋ ବସ୍‍ ବନ୍ଦ, ରେଳ ଓ ବିମାନ ଯାତ୍ରୀଙ୍କୁ ସେବା ମିଳିବ

ଭୁବନେଶ୍ୱର: ତାଲାବନ୍ଦ ଯୋଗୁଁ ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମୋ ବସ୍‍ ସେବା ବନ୍ଦ ରହିବ। ଏ ସଂକ୍ରାନ୍ତରେ କ୍ରୁଟ୍‍ ପକ୍ଷରୁ ସୂଚନା ଦିଆଯାଇଛି। ବାହାର ରାଜ୍ୟରୁ ରେଳ ଏବଂ ବିମାନ ଦ୍ୱାରା ଫେରୁଥିବା ଲୋକଙ୍କ ପାଇଁ ମୋ ବସ୍‍ ସେବା ପ୍ରଦାନ କରିବ। ମାଷ୍ଟରକ୍ୟାଣ୍ଟିନ ରେଳ ରହଣିସ୍ଥଳରୁ ଯାତ୍ରୀଙ୍କୁ ଖୋର୍ଦ୍ଧା ଓ କଟକରେ ଛାଡ଼ିବା ପାଇଁ ମୋ ବସ୍‍ ବ୍ୟବସ୍ଥା କରାଯାଇଛି। ବିମାନ ଦ୍ୱାରା ଆସୁଥିବା ଯାତ୍ରୀ ମାଷ୍ଟରକ୍ୟାଣ୍ଟିନ୍‍ ରେଳ ରହଣିସ୍ଥଳକୁ ଆସିବା ପାଇଁ ବିମାନ ବନ୍ଦରରେ ମୋ ବସ୍‍ ରହିବ। ଯାତ୍ରୀମାନେ ମୋ ବସ୍‍ ଯୋଗ ମାଷ୍ଟରକ୍ୟାଣ୍ଟିନକୁ ଆସିପାରିବେ। ସେଠାରୁ ଯାତ୍ରୀ ମୋ ବସ୍‍ ଯୋଗେ ଖୋର୍ଦ୍ଧା ଏବଂ କଟକ ଯାଇପାରିବେ। କିନ୍ତୁ ଅନ୍ୟ ସମସ୍ତ ରୁଟ୍‍’ରେ ମୋ ବସ୍‍ ସେବା ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking