29.1 C
Bhubaneswar
Saturday, April 27, 2024
Homeପଶ୍ଚିମବଙ୍ଗ ନିର୍ବାଚନଶପଥ ନେଲେ ମମତା ବାନାର୍ଜୀ

ଶପଥ ନେଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ ମମତା । କୋଲକାତା ରାଜଭବନରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଶପଥ ନେଲେ । ମମତାଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ ଜଗଦୀପ ଧନଖର । କୋଭିଡ୍ କଟକଣା ମଧ୍ୟରେ ଶପଥପାଠ କରାଇଲେ ରାଜ୍ୟପାଳ ।

କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କମ ସଂଖ୍ୟକ ଅତିଥିଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ହୋଇଥିଲା । ପଶ୍ଚିମବଙ୍ଗରେ ଟିଏମସି, କେରଳରେ ଏଲଡିଏଫ ଓ ଆସାମରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା । ପୂର୍ବରୁ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଧାୟକମାନେ ମମତାଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking