39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିଧାନସଭାକୁ ଗାଈ ଧରି ପହଞ୍ଚିଲେ ବିଜେପି ବିଧାୟକ

ବିଧାନସଭାକୁ ଗାଈ ଧରି ପହଞ୍ଚିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ଗୋରୁଙ୍କଠାରେ ହେଉଥିବା ଲମ୍ପି ଭାଇରସକୁ ନେଇ ଏବେ ଚିନ୍ତା ବଢ଼ିଛି । ଆଉ ଗୋରୁଙ୍କ ଠାରେ ବ୍ୟାପୁଥିବା ଲମ୍ପି ଭାଇରସ ପ୍ରତି ରାଜ୍ୟ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀର ଜଣେ ବିଧାୟକ ସୋମବାର ଏକ ଗାଈକୁ ଧରି ରାଜସ୍ଥାନ ବିଧାନସଭା ପରିସରରେ ପହଞ୍ଚିଥିଲେ । ଅବଶ୍ୟ ଗାଈ ସେଠାକାର ହୋହାଲ୍ଲା ପରିସ୍ଥିତି ମଧ୍ୟରେ ଅତିଷ୍ଠ ହୋଇ ଦୌଡ଼ି ପଳାଇଥିଲା । ଯାହାକୁ ଧରିବାକୁ ବିଧାୟଙ୍କ ସହଯୋଗୀ ଚେଷ୍ଟା କରୁôଥ୍ବାର ନଜର ଆସିଥିଲେ । ରାଜସ୍ଥାନ ବିଧାନସଭାର ୭ମ ସେସନ ବୈଠକ ସୋମବାର ହୋଇଥିଲା । ପୁଷ୍କର ବିଜେପି ବିଧାୟକ ସୁରେଶ ସିଂହ ରାୱତ ଏକ ଗାଈକୁ ନେଇ ବିଧାନସଭା ପରିସରରେ ପହଞ୍ଚିଥିଲେ । ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ରଖି କହିଥିଲେ ଯେ ରାଜସ୍ଥାନରେ ଗୋବଂଶ ଲମ୍ପି ରୋଗରେ ଗ୍ରାସ, କିନ୍ତୁ ରାଜ୍ୟ ସରକାର ନିଦ୍ରାରେ ଶୋଇଛନ୍ତି । ଆଉ ଏହି ସମୟରେ ସେଠାରେ ହେଉଥିବା କୋଳାହଳ ଯୋଗୁଁ ଗାଈଟି ଡରିଯାଇ ଏଣେତେଣେ ଦୌଡ଼ିବାରେ ଲାଗିଥିଲା । ଯାହାକୁ ଧରିବା ପାଇଁ ବିଧାୟକଙ୍କ ସହଯୋଗୀ ପଛରେ ଗୋଡ଼ାଉଥିବାର କୁହାଯାଉଛି । ଖାଲି ସେତିକି ନୁହେଁ ଗାଈ ଦୌଡ଼ିପଳାଇଯିବାକୁ ନେଇ ସେ କହିଥିଲେ ଯେ ଏଥିରୁ ସ୍ପଷ୍ଟ ଯେ ଗାଈମାତା ମଧ୍ୟ ସରକାରଙ୍କୁ ନେଇ ଅସନ୍ତୁଷ୍ଟ । ଏହା ସହ ଯେ ରାଜ୍ୟ ସରକାରଙ୍କ ଠାରୁ ଲମ୍ପି ଭାଇରସ ଠାରୁ ପୀଡ଼ିତ ଗାଈଙ୍କ ଚିକିତ୍ସା ପାଇଁ ଔଷଧ ଏବଂ ଟିକାର ସଂପୂର୍ଣ୍ଣ ବ୍ୟବସ୍ଥା କରିବା ନେଇ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking