30.1 C
Bhubaneswar
Wednesday, April 24, 2024
Homeଓଡିଶାବାଇକ୍ ଦୁର୍ଘଟଣାଗ୍ରସ୍ତ: ୧ ମୃତ, ଜଣେ ଗୁରୁତର

ବାଇକ୍ ଦୁର୍ଘଟଣାଗ୍ରସ୍ତ: ୧ ମୃତ, ଜଣେ ଗୁରୁତର

ମନମୁଣ୍ଡା : ଭାଳିଆପଦର ମେଟାକାନି ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ମନମୁଣ୍ଡା ଥାନା ଶଗଡା ପଞ୍ଚାୟତ ସିଗାଡ଼ି ଗ୍ରାମର ଗୋବର୍ଦ୍ଧନ ମଲ୍ଲିକ (୪୦) ଏବଂ ଗୁରୁତର ଆହତ ଜଣକ ଚୁହୁରାକନ ଗ୍ରାମର ପ୍ରମୋଦ କଁହର (୧୮) ।

ଏକ ବାଇକରେ ଦୁହେଁ ଶଗଡାରୁ ନିଜ ଘରକୁ ଫେରୁଥିଲାବେଳେ ଭାଳିଆପଦର ମେଟାକାନି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲେ। ସ୍ଥାନୀୟ ବାସିନ୍ଦା ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମନମୁଣ୍ଡା ସିଏଚସିକୁ ପଠାଇଥିଲେ । ମନମୁଣ୍ଡାରେ ଗୋବର୍ଦ୍ଧନ ମଲ୍ଲିକକୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ପ୍ରମୋଦ କଁହରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମନମୁଣ୍ଡା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking