28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମିସ ଇଣ୍ଡିଆ ଟିନ ୟୁନିଭର୍ସ ୨୦୨୧ ପ୍ରତିଯୋଗୀତାରେ ପ୍ରଥମ ରନର୍ସ ଅପ୍ ତମନ୍ନା ଦାସ

ମିସ ଇଣ୍ଡିଆ ଟିନ ୟୁନିଭର୍ସ ୨୦୨୧ ପ୍ରତିଯୋଗୀତାରେ ପ୍ରଥମ ରନର୍ସ ଅପ୍ ତମନ୍ନା ଦାସ

ଭୁବନେଶ୍ୱର: ଭାଇରସ ଫିଲ୍ମସ ଦ୍ୱାରା ଦିଲ୍ଲୀର ପାମ୍ ଗ୍ରୀନ ରିସୋର୍ଟରେ ଫେବୃୟାରୀ ୧୨ରୁ ୧୪ ମଧ୍ୟରେ ତିନି ଦିନ ଧରି ଆୟୋଜିତ ମିସ ଟିନ ଇଣ୍ଡିଆ ୟୁନିଭର୍ସ ୨୦୨୧ ପ୍ରତିଯୋଗୀତାରେ ଓଡିଆ ଝିଅ ତମନ୍ନା ଦାଶ ପ୍ରଥମ ରନର୍ସ ଅପ ସ୍ଥାନ ଅଧିକାର କରିଛନ୍ତି । ତମନ୍ନା ଭୁବନେଶ୍ୱରର ବକସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ ଷ୍ଟାଣ୍ଡାର୍ଡ-୮ରେ ଅଧ୍ୟୟନ କରୁଛନ୍ତି । ମିସ ଟିନ ଇଣ୍ଡିଆ ୟୁନିଭର୍ସ ୨୦୧୯ ବିଜୟନି ଲାବଣ୍ୟା ଦାସଙ୍କ ତତ୍ୱବଧାନତାରେ ତମନ୍ନା ସୁନ୍ଦରୀ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ସର୍ବଭାରତୀୟ ସ୍ତରରୁ ସମୁଦାୟ ୪୫ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଯେଉଁଥିରେ ତମନ୍ନା ପ୍ରଥମ ରନର୍ସ ଅପ ମୁକୁଟ ବିଜୟିନୀ ହୋଇପାରିଲେ । ତମନ୍ନା ଏକାଧାରାରେ ଜଣେ ସୁନ୍ଦର କଣ୍ଠଶିଳ୍ପୀ ଓ ଓଡିଶୀ ନୃତ୍ୟଶିଳ୍ପୀ ମଧ୍ୟ ଅଟନ୍ତି । ଭବିଷ୍ୟତରେ ସେ ନିଜକୁ ଜଣେ ଭଲ ଫେସନ ଡିଜାଇନର ଭାବରେ ପ୍ରତିଷ୍ଠିତ କରିବାକୁ ଚାହାନ୍ତି । କାରଣ ଏତେ କମ୍ ବୟସରେ ମଧ୍ୟ ପ୍ରତିଯୋଗୀତାରେ ସେ ପିନ୍ଧିଥିବା ସମସ୍ତ ପୋଷାକର ଡିଜାଇନ ସେ ନିଜେ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking