36.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଏବେ ଆତ୍ମହତ୍ୟା ଉଦ୍ୟମ କଲେ ହେବେ ଗିରଫ

ଏବେ ଆତ୍ମହତ୍ୟା ଉଦ୍ୟମ କଲେ ହେବେ ଗିରଫ

ଭୁବନେଶ୍ଵର: ଏଥର ଆତ୍ମହୁତି ଉଦ୍ୟମ କଲେ ଗିରଫ କରାଯିବ। କାରଣ ବିଧାନସଭା ଭଳି ସମ୍ବେଦନଶୀଳ ସ୍ଥାନରେ ଆତ୍ମହୁତି ଉଦ୍ୟମ କରିବା ଉଚିତ ନୁହେଁ, ଏଥିରେ ସଂପୃକ୍ତି ଥିବା ସମସ୍ତ ଲୋକଙ୍କୁ ଗିରଫ ଏବଂ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଡିସିପି କହିଛନ୍ତି । ସେ କହିଛନ୍ତି ଯେ,ଗଣତନ୍ତ୍ର ପ୍ରକ୍ରିୟାରେ ସମସ୍ତଙ୍କୁ ବିରୋଧ କରିବାର ଅଧିକାର ଅଛି । କିନ୍ତୁ ଆତ୍ମହୁତି ଉଦ୍ୟମ କରି ନିଜକୁ ଜୀବନକୁ କ୍ଷତି ପହଞ୍ଚାଇବା ସହ ଅନ୍ୟକୁ କ୍ଷତି କରିବା ଏକ ଅପରାଧ। ଗତକାଲିଠୁ ଆଜି ପର୍ଯ୍ୟନ୍ତ ତିନି ଜଣ ବ୍ୟକ୍ତିଙ୍କ ନାମରେ ଆମେ କ୍ୟାପିଟାଲ ଥାନାରେ କେସ କରି ତାଙ୍କୁ ଗିରଫ କରିଛୁ । ଯେଉଁମାନେ ସେମାନଙ୍କୁ ସାହଯ୍ୟ ବା ପ୍ରରୋଚିତ କରିଛନ୍ତି ସେମାନେ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଡିସିପି କହିଛନ୍ତି।

ସୂଚନାଯୋଗ୍ୟ ଯେ , ନୟାଗଡ ନାବାଳିକା ହତ୍ୟା ଘଟଣାରେ ନ୍ୟାୟ ନ ପାଇ ତାଙ୍କର ବାପା-ମା’ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ଘଟଣା ପଦାକୁ ଆସିଥିଲା। ଏ‍‍‍ହି ନାବାଳିକା ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ଏହାପରେ ନଭେମ୍ବର ୨୭ ତାରିଖରେ ଆଠଗଡ଼ ଅଞ୍ଚଳର ୩ ଜଣ ଚାଷୀ ବିଧାନସଭା ସମ୍ମୁଖରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ପୁଅ ହତ୍ୟାର ନ୍ୟାୟ ପାଇବା ପାଇଁ ଜଗତସିଂହପୁରରୁ ଆସି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ । ରାଜ୍ୟରୁ ଯେଉଁମାନେ ନ୍ୟାୟ ପାଇବା ପାଇଁ ଅପେକ୍ଷା କରୁଛନ୍ତି, ଆଉ ଶେଷରେ ପାଉନାହାନ୍ତି, ସେମାନେ ଅତିଷ୍ଠ ହୋଇ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରୁଛନ୍ତି। ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking