34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ କ୍ୟାଲସିୟମ

ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ କ୍ୟାଲସିୟମ

ଭୁବନେଶ୍ୱର: କ୍ୟାଲସିୟମ ଆମ ସ୍ୱାସ୍ଥ୍ୟ ପାଇଁ ଏକ ଜରୁରୀ ତତ୍ୱ ହୋଇଥାଏ । ଏହା ଶରୀରର ହାଡ, ମାଂସପେଶୀ, ରକ୍ତ ଓ ହାର୍ଟ ପାଇଁ ନିହାତି ଆବଶ୍ୟକ । ଶରୀରରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ । ପ୍ରାୟ ୯୯ ପ୍ରତିଶତ ଆମ ହାଡ ଓ ଦାନ୍ତରେ ଓ ଆଉ ଏକ ପ୍ରତିଶତ ରକ୍ତ ଓ ମାଂସପେଶୀରେ ରହିଥାଏ । କ୍ୟାଲସିୟମ ଏକ ରାସାୟାନିକ ତତ୍ୱ, ଯାହା ଶରୀରକୁ ଆବଶ୍ୟକ ହୋଇଥାଏ ।
କ୍ୟାଲସିୟମ ମାତ୍ରା କମ ହେଲେ ହାଡ ଦୁର୍ବଳ ହେବାକୁ ଲାଗେ, ଯାହାଦ୍ୱାରା ଅଷ୍ଟିଓପୋରୋସିସ ସମସ୍ୟା ହୋଇଥାଏ । ଏହାଛଡା ମାଂସପେଶୀରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ସାମାନ୍ୟ ବ୍ଲଡ କ୍ଲଟିଂ ରେ କ୍ୟାଲିସିୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । କ୍ଲଟିଂ ପ୍ରକ୍ରିୟାରେ ବିଭିନ୍ନ ପ୍ରକାରର ଷ୍ଟେପସ ରହିଥାଏ । ଯେଉଁଥିରେ କେମିକାଲସ ରହିଥାଏ । ପତଳା ହାଡକୁ ସୁଦୃଢ କରିବା, ହୃଦରୋଗ, ମହିଳାଙ୍କ ଋତୁସ୍ରାବ ସମ୍ବନ୍ଧିତ ରୋଗର ଉପଚାର କରିବାରେ ଏହା ସହାୟକ ହୋଇଥାଏ ।
କ୍ୟାଲସିୟମ ଗର୍ଭବତୀ ମହିଳାଙ୍କ ରକ୍ତଚାପ ନିୟନ୍ତ୍ରଣରେ ରଖିଥାଏ । ଏହା ଗର୍ଭସ୍ଥ ଶିଶୁ ଓ ମା ଉଭୟଙ୍କ ପାଇଁ ଜରୁରୀ ହୋଇଥାଏ । ତେବେ ଗର୍ଭବତୀ ମହିଳାଙ୍କୁ ୨୫୦୦ ମିଲିଗ୍ରାମରୁ ଅଧିକ କ୍ୟାଲସିୟମ ଖାଇବା ଅନୁଚିତ । ମାସିକ ଧର୍ମ, ଗର୍ଭଧାରଣ, ସ୍ତନପାନ ଓ ମେନପୋଜ ମଧ୍ୟରେ କ୍ୟାଲସିୟମ କମ ହୋଇଯାଇଥାଏ । ସେଥିପାଇଁ ଏହାକୁ ନିୟମିତ ଭାବରେ ନେବା ଜରୁରୀ ଅଟେ । ଗୋଟିଏ ଗ୍ଲାସ କ୍ଷୀରରୁ ୨୬୦ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ । ସଠିକ ମାତ୍ରାରେ କ୍ୟାଲସିୟମ ଖାଇବା ଦ୍ୱାରା ବୁଦ୍ଧି ପ୍ରଖର ହୋଇଥାଏ ।
ଭିଟାମିନ ଡି, କ୍ୟାଲସିୟମକୁ ଅବଶୋଷିତ କରିବାରେ ଶରୀରକୁ ସାହାଯ୍ୟ କରେ । କ୍ଷୀର, ବ୍ରୋକଲୀ ଓ ଟୋଫୁ କ୍ୟାଲସିୟମ ର ପ୍ରମୁଖ ସ୍ରୋତରୁ ଗୋଟିଏ । ଗୋଟିଏ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ଜୀରା ମିଶାନ୍ତୁ । ପାଣି ଥଣ୍ଡା ହେବା ପରେ ଦିନରେ ଦୁଇରୁ ୪ ଥର ପିଅନ୍ତୁ । ଏମିତି କରିବା ଦ୍ୱାରା ଶରୀରରେ କ୍ୟାଲସିୟମ ଅଭାବ ଦୂର ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking