25.1 C
Bhubaneswar
Thursday, May 9, 2024
Homeଅପରାଧ୬ ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ ଓ ତାପରେ....

୬ ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ ଓ ତାପରେ….

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ସମ୍ଭଲରେ ଲଜ୍ଜା । ଏଠାରେ ଜଣେ ମୌଲାନା ୬ ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ମୌଲାନକୁ ଗିରଫ କରିଛି । ଶିଶୁକନ୍ୟାର ମା’ଙ୍କ ଅଭିଯୋଗ କ୍ରମେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହିଳାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଏକ ମସଜିଦରେ ମୌଲବୀ ଅଛନ୍ତି । ସେ ଶିଶୁକନ୍ୟାକୁ ମଙ୍ଗଳବାର ଦିନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ କହିବା ଅନୁସାରେ ଅଭିଯୁକ୍ତ ଶିଶୁକନ୍ୟାକୁ ପ୍ରଲୋଭନ ଦେଖାଇ ମସଜିଦ ନିକଟ ନିଜ ଘରକୁ ନେଇଯାଇଥିଲା । ସେଠାରେ ସେ ଘୃଣ୍ୟ କାମ କରିଥିଲା ।

ପୋଲିସ ଅଭିଯୋଗ ଅନୁଯାୟୀ ବୁଧବାର କାର୍ଯ୍ୟାନୁଷ୍ଠାନ ନେଇଛି । ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ଶିଶୁକନ୍ୟାକୁ ଡାକ୍ତରୀ ପରୀକ୍ଷା କରିବା ପାଇଁ ପଠାଇଛି । ତେବେ ମେଡିକାଲ ରିପୋର୍ଟ ଆସିବାକୁ ପୋଲିସ ଓ ପୀଡିତା ପରିବାର ଅପେକ୍ଷା କରିଛନ୍ତି ।

ସମ୍ଭଲ ସିଓ ଜିତେନ୍ଦ୍ର କୁମାର କହିଛନ୍ତି ଯେ, ଜଣେ ମହିଳା ଅଭିଯୋଗରେ କହିଛନ୍ତି ଯେ, ତାଙ୍କର ଝିଅକୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛି । ଏହି ମାମଲାରେ ଏଫଆଇଆର ରୁଜୁ ହୋଇଛି । ପୀଡିତାଙ୍କ ବୟାନ ରେକର୍ଡ କରାଯାଇ ମେଡିକାଲ ପରୀକ୍ଷା ପାଇଁ ପଠାଯାଇଛି । ଅଭିଯୁକ୍ତକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking