30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶକୁକୁର ରକ୍ତ ପିଇଦେଲେ ୫ ଜଣ ନାବାଳକ

କୁକୁର ରକ୍ତ ପିଇଦେଲେ ୫ ଜଣ ନାବାଳକ

ସଇଁନ୍ତଲ : ସଦର ବ୍ଲକ ବରକାନୀ ପଞ୍ଚାୟତ ପଣ୍ଡରାପଟା ଗାଁର ୫ ଜଣ ନାବାଳକ ପୂଜା ଖେଳ ଖେଳୁଥିବା ବେଳେ ଗୋଟିଏ ପଟେ କୁକୁର ଛୁଆକୁ କାଟ ତାର ରକ୍ତ ପିଇ ଦେଇଥିବା ଜଣାପଡଛ଼ି । ଏହି ଘଟଣା ଜଣାପଡିବା ପରେ ସେମାନଙ୍କୁ ବଲାଙ୍ଗିରର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଏହି ପଣ୍ଡରାପିଟା ଗ୍ରାମର ଶୋଭନ୍ତ ସାଗରଙ୍କ ଦୁଇ ପୁଅ ଗଣେଶ(୫) ଓ ପ୍ରଭାସ(୭),ଏସ. ନାଗଙ୍କ ଦୁଇ ପୁଅ କ୍ରିଷ୍ଣା(୮) ଓ ଆର୍ଯ୍ୟାନ(୬) ଓ କ୍ଷୀରୋଧର ସୁନାଙ୍କ ପୁଅ ଚିକି ଓରଫ ବଳରାମ (୫) ଗାଁ ମଣ୍ଡରେ ଖେଳୁଥିବା ବେଳେ ଦେବୀ ପୁଜା ଖେଲିବାକି ଯୋଜନା କରିଥିଲେ । ସେମାନେ ପାଖରେ ବୁଲୁଥିବା ଏକ କୁକୁର ଛୁଆକୁ ଧରଆଣି ତା ମୁଣ୍ଡରେ ସିନ୍ଦୁର ବୋଲିଥିଲେ । ଘରୁ ଧୂପ କାଠି ଆଣି ତା ଆଗରେ ଜାଳିଥିଲେ । ଏକ ପ୍ଲାଷ୍ଟିକ ଡବାକୁ ବାଜା ଭାବରେ ବଜେଇଥିଲେ । ଜଣେ ବାଳକ ପୂଜକ ଓ ଅନ୍ୟ ଜଣେ ବରୁଆ ହୋଇଥିଲେ । ପୂଜା ସରିଲା ପରେ ସେମାନେ କୁକୁର ଛୁଆକୁ କାଟି ରକ୍ତ ପିଇ ଦେଇଥିଲେ ବୋଲି କୁହାଯାଉଛି । ସେମାନେ ଘରକୁ ଫେରି ଏ କଥା କହିବାରୁ ଘର ଲୋକେ ସେମାନଙ୍କୁ ବଲାଙ୍ଗିର ନେଇ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଏହି ଡାକ୍ତରଖାନାରେ ରଖାଯାଇଛି । ଏହିଘଟଣା ସମ୍ପର୍କରେ ଗ୍ରାମବାସୀ କହିଛନ୍ତି ଯେ, ପ୍ରତି ବର୍ଷ ଦଶହରାରେ ଗାଁରେ ଆୟୋଜିତ ହେଉଥିବା ପାଟଖଣ୍ଡା ଯାତ୍ରାରେ ବଳି ପଡ଼େ । ଛୁଆମାନେ ତାହା ଦେଖି ଆସଛନ୍ତି । ଏହାର ପ୍ରଭାବ ସେମାନଙ୍କ ଉପରେ ପଡିଛ଼ି । ତେଣୁ ତାକୁ ଅନୁକରଣ କରି ସେମାନେ ମଧ୍ୟ କୁକୁରକୁ ବଳି ଦେଇଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking