30.1 C
Bhubaneswar
Sunday, May 19, 2024
Homeଅପରାଧସୀମା ଟପିଲା ନୃଶଂସତା: ଯୌତୁକ ପାଇଁ ସ୍ତ୍ରୀର ଆଙ୍ଗୁଠି କାଟିଲା ସ୍ୱାମୀ

ସୀମା ଟପିଲା ନୃଶଂସତା: ଯୌତୁକ ପାଇଁ ସ୍ତ୍ରୀର ଆଙ୍ଗୁଠି କାଟିଲା ସ୍ୱାମୀ

ଲକ୍ଷ୍ନୌ: ଯୌତୁକ ପାଇଁ ସ୍ୱାମୀ ଦେଲା ନୃଶଂସ ନିର୍ଯ୍ୟାତନା । ବାପା ମା’ ସହ ମିଶି ସ୍ତ୍ରୀର ଆଙ୍ଗୁଠି କାଟିଲା । ଖାଲି ଏତିକି ନୁହେଁ କରେଣ୍ଟ ମଧ୍ୟ ଲଗାଇଲା । ଏଭଳି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ହମୀରପୁରରେ । ମହିଳା ଜଣକ ଏନେଇ ଥାନାରେ ଜଣାଇବା ପରେ ପୋଲିସ ଆରମ୍ଭଚରିଛି କାର୍ଯ୍ୟାନୁଷ୍ଠାନ । ସେପଟେ ଘଟଣା ପରେ ଫେରାର ହୋଇଯାଇଛନ୍ତି ଶାଶୂ, ଶ୍ୱଶୁର ଏବଂ ମହିଳାଙ୍କ ସ୍ୱାମୀ । ସୂଚନା ଅନୁଯାୟୀ, ମହିଳା ଜଣକ ହମୀରପୁରର ଖଡେହୀଜାର ଗ୍ରାମର ରାଜେନ୍ଦ୍ର କୁମାର ପ୍ରଜାପତିଙ୍କୁ ବିବାହ କରିଥିଲେ । ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ମଦ ପିଇବାର ଅଭ୍ୟାସ ରହିଛି । ପ୍ରତିଦିନ ମଦ ପିଇ ସେ ତାଙ୍କୁ ମାରଧର କରନ୍ତି । ସ୍ୱାମୀଙ୍କ ସହ ଶାଶୂ ମଧ୍ୟ ତାଙ୍କୁ ପ୍ରତାଡିତ କରୁଥିଲେ । ଏମିତିକି ଯୌତୁକ ପାଇଁ ଦାବି କରି ତାଙ୍କୁ ସବୁବେଳେ ମାରଧର କରୁଥିଲେ । ମହିଳା ଅଭିଯୋଗ କରିଛନ୍ତି ଯେ, ବିବାହର ଏକ ବର୍ଷ ପର୍ଯ୍ୟନ୍ତ ଠିକ୍ ଚାଲିଥିଲା କିନ୍ତୁ ହଠାତ୍ ସେମାନେ ଯୌତୁକ ଆଣିବାକୁ କହି ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏମିତିକି ଶାଶୂ, ଶ୍ୱଶୁର ତାଙ୍କୁ ମାରିବା ପାଇଁ ସ୍ୱାମୀଙ୍କୁ ଉସ୍‌କାଉଥିଲେ । ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ପ୍ଲାସରେ ଗୋଡ଼ର ଆଙ୍ଗୁଠିକୁ ଚାପି ନଷ୍ଟ କରିଦେଇଛନ୍ତି । ଏମିତିକି କରେଣ୍ଟ ମଧ୍ୟ ଦେଇଥିଲେ । ତାଙ୍କ ପାଟି ଶୁଣି ପଡ଼ୋଶୀ ଲୋକ ତାଙ୍କ ଘରକୁ ଆସିଯାଇଥିଲେ ଏବଂ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଘଟଣା ବିଷୟରେ ଜାଣିବା ପରେ ମହିଳାଙ୍କ ମା ଏବଂ ଭିଣୋଇ ସେଠାରେ ପହଞ୍ଚିଥିଲେ । ହେଲେ ସେମାନେ ତାଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିଲେ । ଏହାପରେ ମହିଳା ପୋଲିସକୁ ଖବର ଦେଇଥିଲେ । କିନ୍ତୁ ପୋଲିସ ଆସିବା ପୂର୍ବରୁ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking