32.1 C
Bhubaneswar
Saturday, May 4, 2024
Homeଓଡିଶାଗୋ-ଚାଲାଣ ପଛରେ ବ୍ୟାପକ ଅର୍ଥ କାରବାର : କେନ୍ଦ୍ର ମନ୍ତ୍ରୀ ଷଡ଼ଙ୍ଗୀ

ଗୋ-ଚାଲାଣ ପଛରେ ବ୍ୟାପକ ଅର୍ଥ କାରବାର : କେନ୍ଦ୍ର ମନ୍ତ୍ରୀ ଷଡ଼ଙ୍ଗୀ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାର ବସ୍ତା ଥାନାନ୍ତର୍ଗତ ଗାନ୍ଧିଛକ ନିକଟରେ ଜାତୀୟ ରାଜପଥ ଉପରେ ଆଜି ଗୋଟିଏ ଗୋରୁ ବୋଝେଇ କଣ୍ଟେନର୍‌ରେ ପ୍ରାୟ ଶତାଧିକ ଗୋରୁ ଚାଲାଣ ହେଉଥିବା ବେଳେ ରାସ୍ତାରେ ଗୋଟିଏ ବଲେରୋକୁ ଧକ୍କା ଲଗାଇ ଓଲଟିଯିବା କାରଣରୁ ଘଟଣାସ୍ଥଳରେ ୨୮ଟି ଗୋରୁ ମରିଯାଇଥିବାର ଦୁଃଖଦ ସମାଚାର ଶୁଣି ଆମେ ଅତ୍ୟନ୍ତ ମର୍ମାହତ ହୋଇଛୁ । ଏହାଛଡା ପ୍ରାୟ ୮/୧୦ଟି ଗୋରୁ ଗୁରୁତର ଆଘାତ ପ୍ରାପ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଅନେକ ଗୋରୁଙ୍କୁ କିଛି ସ୍ଥାନୀୟ ଲୋକ ନେଇଯାଇଛନ୍ତି, ଯାହା ଏପର୍ଯ୍ୟନ୍ତ ଉଦ୍ଧାର ହୋଇନାହାନ୍ତି । ଏ ବିଷୟରେ ଶୁଣିବା
ମାତ୍ରେ ମୁଁ ସଙ୍ଗେ ସଙ୍ଗେ ବାଲେଶ୍ୱର ଜିଲ୍ଲାପାଳ, ଏସ୍‌.ପି. ଓ ଆଇ.ଜି.ଙ୍କ ସହ କଥ।ହେଲି । ଏହିପରି ବେଆଇନ୍ ଗୋଚାଲାଣ ଓ ଗୋହତ୍ୟା ଚାଲି ରହିବା ଅତ୍ୟନ୍ତ ଦୁଃଖଦାୟକ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।
   ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଗୋହତ୍ୟା ନିବାରଣ ଆଇନ୍‌, ପଶୁ କ୍ରୁରତା ନିବାରଣ ଆଇନ୍ ଓ ପଶୁ ଚାଲାଣ ଅଧିନିୟମ ଓ ମାନ୍ୟବର ସୁପ୍ରିମ କୋର୍ଟ୍ ଓ ହାଇକୋର୍ଟ୍ ମାନଙ୍କର ବିଭିନ୍ନ ସମୟର ରାୟ ମାନଙ୍କର ଖୋଲା ଉଲ୍ଲଙ୍ଘନ କରି ଏହିପରି ଅବିରତ ଗୋଚାଲାଣ ଓ ଗୋହତ୍ୟା ଚାଲି ରହିବା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ । ଏହି ଆଇନ୍ ଉଲ୍ଲଙ୍ଘନକାରୀଙ୍କ ପାଇଁ ଓ ଏଥିରେ ସହଯୋଗକାରୀଙ୍କ ପାଇଁ ୨ ବର୍ଷ କାରାଦଣ୍ଡ ବା ଏକ ହଜାର ଟଙ୍କା ଜୋରିମାନା ବା ଉଭୟ ଦଣ୍ଡ ବିଧାନର ବ୍ୟବସ୍ଥା ଅଛି । ଜିଲ୍ଲା ପ୍ରଶାସନକୁ ଗାଡିର ଡ୍ରାଇଭର୍‌, ମାଲିକ, ଚାଲାଣକାରୀ ଓ ଗୋରୁ ବିକୁଥିବା ଲୋକଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଁ ନିର୍ଦ୍ଦେଶ ଦେଇଛି । କାରଣ ହତ୍ୟା ଉଦ୍ଦେଶ୍ୟରେ ଗାଈର ବିକ୍ରି ବା ଦାନ ମଧ୍ୟ ଆଇନ୍‌ତଃ ନିଷିଦ୍ଧ ଓ ଦଣ୍ଡନୀୟ ।
  ଅନୁସନ୍ଧାନରୁ ଜଣାପଡିଛି ଯେ, ଅଧିକାଂଶ ପୋଲିସ୍ ଥାନା ଓ ଗେଟ୍ ମାନଙ୍କ ସହଯୋଗରେ ଏହି ବେଆଇନ୍ କାର୍ଯ୍ୟ ଚାଲିଅଛି ଓ ଏଥିରେ ବ୍ୟାପକ ଅର୍ଥ କାରବାର ହୋଇଥାଏ ।. ଗୋମାତା ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର । ଗୋମାତା ଭାରତୀୟ କୃଷି, ପରିବେଶ ଓ ଅର୍ଥ ତନ୍ତ୍ରର ଆଧାର । ଗାଈର ଗୋବରରୁ ଆଜି ଉକୃଷ୍ଟ କାନ୍ଥରଙ୍ଗ, ଦନ୍ତମଞ୍ଜନ, ସାବୁନ୍‌, ଜୈବିକ ଖତ, ଅମୃତ ପାଣି, ଘଣ୍ଟାର ଭିତ୍ତି, ଧୂପ, ଦୀପ, ମଶାଧୂପ ଆଦି ଏବଂ ଗୋମୂତ୍ରରୁ କୀଟନାଶକ, ବିଶୋଧକ, ଫିନାଇଲ୍‌, ଅର୍କ ଓ ଘନବଟି ଆଦି ଔଷଧ ପ୍ରସ୍ତୁତ ହେଉଛି । ଦାୟିତ୍ୱହୀନ, ନିହିତ ସ୍ୱାର୍ଥ ବ୍ୟକ୍ତିମାନେ ଏହିପରି ଉପକାରୀ ପ୍ରାଣୀର ହତ୍ୟା ଦ୍ୱାରା ଦେଶର ସର୍ବନାଶ କରୁଛନ୍ତି ।

ନିୟମିତ ପେଟ୍ରୋଲିଂ କରି ବାଲେଶ୍ୱରକୁ ଗୋ ଚାଲାଣ ମୁକ୍ତ ଓ ଗୋହତ୍ୟା ମୁକ୍ତ କରିବା ପାଇଁ ଚେଷ୍ଟା କରାଯିବା ଉଚିତ୍ । ଆମର ପୋଲିସ୍‌, ପେଟ୍ରୋଲିଂ ବ୍ୟବସ୍ଥା, ଗେଟ୍ ବ୍ୟବସ୍ଥା ଓ ଆର.ଟି.ଓ.ଙ୍କ ଚେକିଂ ସବୁ ବିଫଳ ହୋଇଥିବାର ଏଥିରୁ ପ୍ରମାଣିତ ହୋଇଛି । କାରଣ ଦୁର୍ଘଟଣା ନ ହୋଇଥିଲେ ଏଗୁଡିକ ଅବାଧରେ କତଲଖାନାକୁ ଯାଇଥାନ୍ତେ । ଅନେକ ସମୟରେ ପୋଲିସ୍‌କୁ ଖବର ଦେଲେ ମଧ୍ୟ ଥାନାରୁ ସହଯୋଗ ମିଳେନାହିଁ, ବେଆଇନ୍ ଚାଲାଣକୁ ରୋକିବା ପାଇଁ ।
ଏଣୁ ଏସ୍‌.ପି., କଲେକ୍ଟର ଓ ଆଇ.ଜି. ଉଚ୍ଚସ୍ତରୀୟ ଅଧିକାରୀ ମାନଙ୍କ ବୈଠକ ଡାକି ଏହାର ପୁନରାବୃତ୍ତି ନ ହେବା ପାଇଁ ବ୍ୟବସ୍ଥା କରନ୍ତୁ । ଦକ୍ଷ, କର୍ମଠ ଓ ସଚ୍ଚୋଟ ଅଫିସର୍ ମାନଙ୍କୁ ପେଟ୍ରୋଲିଂ ଦାୟିତ୍ତ୍ୱ ଦିଅନ୍ତୁ । କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା ଖୋଲା ରଖାଯାଇ କୌଣସି ଖବର ଆସିଲେ ସଙ୍ଗେ ସଙ୍ଗେ ପୋଲିସ୍ ଯାଇ ପ୍ରତିକାର କରନ୍ତୁ । ଯେଉଁ ମାନେ ଖବର ଦେଉଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଉ । ପୋଲିସ୍ ଜନସାଧାରଣଙ୍କ ସହଯୋଗରେ ଏହି ଭୀଷଣ ଅପରାଧକୁ ବନ୍ଦ କରାଯାଉ ।
ବାଲେଶ୍ୱର ଜନସାଧାରଣଙ୍କୁ ନିବେଦନ ସେମାନେ ସଜାଗ ରହନ୍ତୁ । ଗାଈ ବିକିବା ବନ୍ଦ କରନ୍ତୁ । ପ୍ରଶାସନର ସହଯୋଗରେ ଗୋଚାଲାଣ ବନ୍ଦ କରିବା ପାଇଁ ତତ୍ପର ହୁଅନ୍ତୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୋର ନମ୍ର ନିବେଦନ ଯେ, ତାଙ୍କ ବାପା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପାରି ହୋଇଥିବା ଗୋହତ୍ୟା ନିବାରଣ ଆଇନକୁ ଦୃଢତାପୂର୍ବକ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ପୁଣି ଏହି ଆଇନ୍‌କୁ ଆହୁରି କଡାକଡି କରି, ଯେପରି କର୍ଣ୍ଣାଟକ ଇତ୍ୟାଦିରେ କରାଯାଇଛି, ଅନ୍ତତଃ ୧୦ ରୁ ୧୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking