33.1 C
Bhubaneswar
Monday, May 6, 2024
Homeଓଡିଶାବାତିଲ ହେବ କି ମାଟ୍ରିକ୍ ପରୀକ୍ଷା

ବାତିଲ ହେବ କି ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର : ସିବିଏସ୍‌ଇ ଦଶମ ପରୀକ୍ଷା ବାତିଲ ହେବା ପରେ ଓଡ଼ିଶାରେ ମାଟ୍ରିକ୍ ପରୀକ୍ଷା ବାତିଲ ହେବା ସମ୍ଭାବନା ସୃଷ୍ଟିହୋଇଛି । ତେବେ +୨ ପରୀକ୍ଷା ସମ୍ପର୍କରେ ଆଜି ନିଷ୍ପତ୍ତି ନେବେ ରାଜ୍ୟ ସରକାର । ମାଟ୍ରିକ୍ ପରୀକ୍ଷା ହେବ କି ନାହିଁ; ଏ ସମ୍ପର୍କରେ ପୂର୍ବରୁ ଗଣଶିକ୍ଷା ବିଭାଗ ଦ୍ୱନ୍ଦରେ ରହିଥିଲା । ପରିସ୍ଥିତିକୁ ଦେଖି ଏବଂ ସିବିଏସ୍‌ଇ ନିଷ୍ପତ୍ତିକୁ ଗୁରୁତ୍ୱ ଦେଇ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲା । ଏବେ ସିବିଏସ୍‌ଇ ପରୀକ୍ଷା ବାତିଲ ପରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ସ୍ୱତନ୍ତ୍ର ପଦ୍ଧତି ଜରିଆରେ ନମ୍ବର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ତେଣୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଲାଗି ଯେଉଁ ଅଭ୍ୟାସ ପରୀକ୍ଷା କରାଯାଇଛି, ସେହି ପରୀକ୍ଷାର ମୂଲ୍ୟାଙ୍କନକୁ  ଗ୍ରହଣ କରି ମାର୍କିଂ କରାଯିବ ବୋଲି ଏକ ପ୍ରକାର ସ୍ପଷ୍ଟହୋଇଛି ।

ଅନ୍ୟପକ୍ଷରେ ସିବିଏସ୍‌ଇ ଛାତ୍ରଛାତ୍ରୀ ପରୀକ୍ଷା ନଦେଇ ପାସ୍ ହେବା ପରେ ଓଡ଼ିଆ ମାଧ୍ୟମ ପିଲାଙ୍କ ଲାଗି ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା କରାଗଲେ ଏହାକୁ ସବୁସ୍ତରରେ ବିରୋଧ ହେବାର ଆଶାଙ୍କା ମଧ୍ୟ ସୃଷ୍ଟିହୋଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ଥିବାବେଳେ ସ୍ଥିତି କ’ଣ ହେବ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ଚିନ୍ତା ବଢ଼ିଛି । ବର୍ଦ୍ଧିତ ସଂକ୍ରମଣ ସ୍ଥିତିରେ ପରୀକ୍ଷା ଆୟୋଜନ କରିବା ନେଇ ମଧ୍ୟ ବିଭାଗ ଦ୍ୱନ୍ଦରେ ରହିଛି । ତେବେ ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ମାଟ୍ରିକ୍ ଓ +୨ ପରୀକ୍ଷା ନେଇ ବିଭାଗ ପକ୍ଷରୁ ବିଚାର ଚାଲିଛି ଏବଂ ଏନେଇ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।

ଅଫ୍‌ଲାଇନ୍ ପରୀକ୍ଷା ବଦଳରେ ଅନ୍‌ଲାଇନ୍ ପରୀକ୍ଷା କରିବାକୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦାବି କରୁଥିବା ବେଳେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକର ପରୀକ୍ଷା ଅନ୍‌ଲାଇନ୍ ମାଧ୍ୟମରେ କରାଯିବ ବୋଲି ସରକାର ନିଷ୍ପତ୍ତି ମଧ୍ୟ ଗ୍ରହଣ କରିଛନ୍ତି । ତେବେ ସବୁ ପିଲା ମାଟ୍ରିକ୍ ପରୀକ୍ଷା ଅନ୍‌ଲାଇନ୍ ମାଧ୍ୟମରେ ଦେବା ସମ୍ଭବପର ନୁହେଁ । ଅନେକ ପିଲାଙ୍କ ପାଖରେ ଆଣ୍ଡ୍ରଏଡ ମୋବାଇଲ ନଥିବା ବେଳେ ଅନେକ ସ୍ଥାନରେ ଇଣ୍ଟରନେଟ୍ ସମସ୍ୟା ରହିଛି । ତେଣୁ ଅନ୍‌ଲାଇନ ପରୀକ୍ଷା ପରିବର୍ତ୍ତେ ସ୍କୁଲରେ ପୂର୍ବରୁ ଯେଉଁ ଅଭ୍ୟାସ ପରୀକ୍ଷା କରାଯାଇଛି ତାହାର ମାର୍କ ଅଧାରରେ ପିଲାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବା ଏକ ପ୍ରକାର ନିଶ୍ଚିତ ହୋଇଛି । ମାତ୍ର ଆଜିସୁଦ୍ଧା ଏ ସମ୍ପର୍କରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking