35.9 C
Bhubaneswar
Friday, June 19, 2026
Homeଓଡିଶାବଡ଼ଚଣାରେ ବୁଥ ସ୍ତରୀୟ ରାଜନୈତିକ ଦଳମାନଙ୍କ ସହିତ ବୈଠକ

ବଡ଼ଚଣାରେ ବୁଥ ସ୍ତରୀୟ ରାଜନୈତିକ ଦଳମାନଙ୍କ ସହିତ ବୈଠକ

ଯାଜପୁର: ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଦଳ ଦ୍ଵାରା ପ୍ରତି ବୁଥରେ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି କ୍ରମରେ ଆଜି ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ରିଟର୍ନିଙ୍ଗଅଫିସର ତଥା ଅତିରକ୍ତ ଜିଲ୍ଲାପାଳ, ରାଜସ୍ବ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ସ୍ବଚ୍ଛତା ପାଇଁ ନିର୍ଭୁଲ ଭୋଟର ତାଲିକାର ଭୂମିକା ବିଷୟରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଫିସର ଆଲୋକପାତ କରିଥିଲେ। ଜିଲ୍ଲାର ପ୍ରତି ବୁଥରେ ରାଜନୈତିକ ଦଳଙ୍କ ଦ୍ଵାରା ବିଏଲଏ ନିଯୁକ୍ତି କରିବା ପ୍ରକ୍ରିୟା ନେଇ ଫର୍ମ ୧ ଓ ଫର୍ମ ୨ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ବୁଝାଇଥିଲେ। ଭୋଟର ତାଲିକାରେ ଯୋଗ, ବିୟୋଗ, ସଂଶୋଧନ, ସ୍ଥାନାନ୍ତର ଆଦି ପାଇଁ ବିଏଲଏ ମାନେ ବିଏଲଓ ମାନଙ୍କ ସହ ମିଶି କାର୍ଯ୍ୟ କରିବା ଉପରେ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ବୁଝାଇ ଦିଆଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜକ ଡେପୁଟି କଲେକ୍ଟର ତଥା ନିର୍ବାଚନ ଶାଖା ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ ବେହେରା ବୈଠକର ଆଭିମୁଖ୍ୟ ଓ ଗୁରୁତ୍ବ ଉପରେ ଆଲୋକପାତ କରି ବୈଠକର ଉପସ୍ଥିତ ସମସ୍ତ ଦଳୀୟ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଧାରିତ ଫର୍ମ ଯୋଗାଇ ଦେଇଥିଲେ। ନିର୍ବାଚନ କମିଶନ ଓ ଭାରତର ଏକକ ପରିଚୟ ପତ୍ର ପ୍ରକରଣ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସହମତି କ୍ରମେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ କରାଯିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ବୈଠକରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ବିଏଲଏ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇ, ଡେପୁଟି କଲେକ୍ଟର, ନିର୍ବାଚନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରିଥିଲେ।ଉକ୍ତ ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଶ୍ରୀ ଦୁର୍ଯ୍ୟୋଧନ ବେହେରା, ସି ପି ଆଇ (ଏମ )ତରଫରୁ ଶ୍ରୀ ନିମାଇଁ ରଥ ଓ ବିଏସପି ତରଫରୁ ଅକ୍ଷୟ କୁମାର ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking