32.7 C
Bhubaneswar
Friday, June 19, 2026
Homeଓଡିଶାଟ୍ରକ ଧକ୍କାରେ ସାଇକେଲ ଚାଳକଙ୍କର ମୃତ୍ୟୁ

ଟ୍ରକ ଧକ୍କାରେ ସାଇକେଲ ଚାଳକଙ୍କର ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଆଦିରୁପା ପେଟ୍ରୋଲପମ୍ପ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦାଣ୍ଡ ହରିପୁର ଗ୍ରାମର ଅଭିରାମ ମଳିକ (୫୦) ବୋଲି ଜଣାଯାଇଛି। ଆଜି ସକାଳେ ଅଭିରାମ ମଳିକ ସାଇକେଲ ଯୋଗେ ବାରିକପୁର ହାଟକୁ ଯାଉଥିଲେ। କିନ୍ତୁ ଆଦିରୂପା ପେଟ୍ରୋଲ ପମ୍ପ ସମ୍ମୁଖରେ ସେ ଯାଉଥିବା ବେଳେ  ଟ୍ରକଟି ବାହାରି ସାଇକେଲ ସହ ଅଭିରାମଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଅଭିରାମଙ୍କର ମୃତ୍ୟୁ ହୋଇଥିଲା।ଏହାପରେ ଉଭୟ ପାର୍ଶ୍ଵରେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ବନ୍ଦ କରିଥିଲେ।ଖବର ପାଇ   ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ସୋର ମେଡିକାଲକୁ ପଠାଇଥିଲେ। ଟ୍ରକକୁ ଜବତ କରି ଥାନାକୁ ଆଣିବା ସହିତ ତଦନ୍ତ ଜାରିରଖିଛି ପୁଲିସ। ମୃତ ବ୍ୟକ୍ତିଙ୍କ କ୍ଷତିପୁରଣ ବାବଦରେ ରେଡକ୍ରସରୁ ୧୦ହଜାର ଟଙ୍କା ପ୍ରଦାନର ପ୍ରତିଶ୍ରୁତି ପରେ ରାଜପଥରୁ ଧାରଣା ହଟିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking