36.1 C
Bhubaneswar
Thursday, May 2, 2024
Homeଖେଳଦୁଇଟି ମ୍ୟାଚ୍‌ରୁ ବାଦ୍ ପଡ଼ିପାରନ୍ତି ମୟଙ୍କ ଯାଦବ

ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡ଼ିପାରନ୍ତି ମୟଙ୍କ ଯାଦବ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ଫାଷ୍ଟ୍ ବୋଲର୍ ଟିମ୍‌ର ଆଗାମୀ ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡ଼ିପାରନ୍ତି । ତାଙ୍କ ତଳିପେଟରେ ସାମାନ୍ୟ ଯନ୍ତ୍ରଣା ହେଉଥିବା ସିଇଓ ବିନୋଦ ବିଷ୍ଟ୍ ଏଲ୍‌ଏସ୍‌ଜିର ଏକ ବୟାନରେ ସୋମବାର କହିଛନ୍ତି । ଏପରି ସ୍ଥିତିରେ ତାଙ୍କୁ କୌଣସି ଚାପ ନଦେବା ନିମନ୍ତେ ସତର୍କତା ସ୍ୱରୂପ ତାଙ୍କୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ଦେବାକୁ ଫ୍ରାଞ୍ଚାଇଜି ନିଷ୍ପତ୍ତି ନେଇଛି । ଏଲ୍‌ଏସ୍‌ଜି ଏପ୍ରିଲ୍ ୧୨ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଲକ୍ଷ୍ନୌରେ ନିଜର ପରବର୍ତ୍ତୀ ମ୍ୟାଚ୍ ଖେଳିବାର ଥିବାବେଳେ ଏପ୍ରିଲ୍ ୧୪ରେ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ କୋଲ୍‌କାତାରେ ଭେଟିବ । ତେଣୁ ଏହି ଦୁଇଟି ମ୍ୟାଚ୍‌ରୁ ମୟଙ୍କ ବାହାର ହେବାର ସମ୍ଭାବନା ରହିଛି । ଏପ୍ରିଲ୍ ୭ରେ ଗୁଜରାଟ ଟାଇଟନ୍ସ ବିପକ୍ଷ ଗତ ମ୍ୟାଚ୍‌ରେ ମୟଙ୍କ ଯାଦବ ମାତ୍ର ଏକ ଓଭର୍ ହିଁ ବୋଲିଂ କରିପାରିଥିଲେ । ପରେ ସେ ଆହତ ହୋଇ ପଡ଼ିଆ ବାହାରକୁ ଚାଲିଯାଇଥିଲେ ଏବଂ ପାର ଆଉ ବୋଲିଂ କିମ୍ବା ଫିଲ୍ଡିଂ ପାଇଁ ଫେରିନଥିଲେ । ଏହି ମ୍ୟାଚ୍‌ରେ ସେ ଘଣ୍ଟା ପ୍ରତି ୧୪୦ କିମିରୁ ଊର୍ଦ୍ଧ୍ୱ ବେଗରେ ବୋଲିଂ କରିଥିଲେ । ଏହା ପୂର୍ବ ଦୁଇଟି ମ୍ୟାଚ୍‌ରେ ସେ ୧୫୦ରୁ ଊର୍ଦ୍ଧ୍ୱ କିମି ବେଗରେ ବୋଲିଂ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking