38.1 C
Bhubaneswar
Friday, April 26, 2024
HomeUncategorizedପୁଲୱାମା ଏନକାଉଂଟର: ଶହୀଦଙ୍କ ପତ୍ନୀଙ୍କୁ ସେନାରେ ଯୋଗଦେବା ପାଇଁ ଆସିଲା ଡାକରା

ପୁଲୱାମା ଏନକାଉଂଟର: ଶହୀଦଙ୍କ ପତ୍ନୀଙ୍କୁ ସେନାରେ ଯୋଗଦେବା ପାଇଁ ଆସିଲା ଡାକରା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଜୈଶ ଇ ମହମ୍ମଦ ବିରୋଧରେ ଚାଲିଥିବା ଅପରେସନରେ ଶହିଦ ହୋଇଥିଲେ ମେଜର ବିଭୂତି ଡୋଂଢିଆଲ । ହେଲେ ଏବେ ତାଙ୍କ ପତ୍ନୀ ଖୁବ୍ ଶୀଘ୍ର ସେନା ଅଫିସର ହେବାକୁ ଯାଉଛନ୍ତି । କାରଣ ଏବେ ତାଙ୍କ ପତ୍ନୀଙ୍କୁ ଚେନ୍ନାଇ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଚିଠି ଆସିଥିବା ସୂଚନା ମିଳିଛି । ଗତବର୍ଷ ୧୮ ତାରିଖରେ ଜୈଶ ଇ ମହମ୍ମଦ ବିରୋଧରେ ହେଉଥିବା ଅପରେସନରେ ଶହୀଦ ହୋଇଥିଲେ ମେଜର ବିଭୂତି ଡୋଂଢିଆଲ୍ । ପରବର୍ତୀ ସମୟରେ ସ୍ୱାମୀ ଶହିଦ ହେବା ପରେ ସେ ସେନାରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ତେବେ ସୂଚନା ଅନୁସାରେ, ବିଭୂତିଙ୍କ ପିତା ଓମପ୍ରକାଶ ଡୋଂଢିଆଲଙ୍କର ୪ଟି ପିଲା ଥିଲେ । ସେମାନଙ୍କ ମଧ୍ୟରେ ୩ ଝିଅ ଥିବା ବେଳେ ସାନ ପୁଅ ବିଭୂତି ଥିଲେ । ବିଭୂତିଙ୍କ ବଡ ଭଉଣୀ ପୂଜାଙ୍କର ବିବାହ ହୋଇଯାଇଥିଲା । ତାଙ୍କ ସ୍ୱାମୀ ସେନାରେ କର୍ଣ୍ଣେଲ ଭାବେ କାର୍ଯ୍ୟରତ ଅଟନ୍ତି । ଏହାପରେ ତାଙ୍କର ଆଉ ଜଣେ ଭଉଣୀ ବିବାହ କରି ଆମେରିକାରେ ରୁହନ୍ତି । ଅନ୍ୟ ଜଣେ ଭଉଣୀ ଏବେ ଅବିବାହିତା ଅଛନ୍ତି । ସେ ଡେରାଡୁନର ଏକ ସ୍କୁଲରେ ପାଠ ପଢାନ୍ତି । ବର୍ତମାନ ବିଭୁତିଙ୍କ ଘରେ ତାଙ୍କ ମା, ସ୍ତ୍ରୀ ଓ ଭଉଣୀ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking