33.1 C
Bhubaneswar
Thursday, April 25, 2024
Homeଓଡିଶାଓଡ଼ିଶାରେ କରୋନା ଚିହ୍ନଟ ହୋଇଥିଲେ ହେଁ ସ୍କୁଲ ବନ୍ଦ ହେବ ନାହିଁ : ସ୍କୁଲ ଓ...

ଓଡ଼ିଶାରେ କରୋନା ଚିହ୍ନଟ ହୋଇଥିଲେ ହେଁ ସ୍କୁଲ ବନ୍ଦ ହେବ ନାହିଁ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କାୟା ବିସ୍ତାର କରୁଛି କରୋନା ଭାଇରସ୍ । ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଛି କରୋନା । ବର୍ତମାନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨୮ରେ ପହଂଚିଥିବା ସୂଚନା ମିଳିଛି । ମାରାତ୍ମକ କରୋନା ଭାଇରସ୍ ଏବେ ବିଶ୍ୱର ୬୬ଟି ଦେଶରେ ବ୍ୟାପିଛି । ଏଥିରେ ତିନି ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀରେ ଦୁଇ ଦିନ ପର୍ଯ୍ୟନ୍ତ ଗୋଟିଏ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାରେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ ହେଁ ଏଠାରେ ଏନେଇ ସ୍କୁଲ ବନ୍ଦ ହେବାର ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।
ସେ କହିଛନ୍ତି, “ଆମ ରାଜ୍ୟରେ କେହି କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି । ସେଥିପାଇଁ ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବାର ଆବଶ୍ୟକ ନାହିଁ । କରୋନା ନେଇ ସ୍କୁଲ ମାନଙ୍କୁ ପୂର୍ବରୁ ଆଲର୍ଟ କରାଯାଇଛି । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଆଡଭାଇଜରି ଜାରି କରିଛନ୍ତି ।”

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking