27.1 C
Bhubaneswar
Thursday, April 25, 2024
HomeUncategorizedପୁଣି ଡେଥ୍ ୱାରେଣ୍ଟ ପାଇଁ ହେଲା ଆବେଦନ

ପୁଣି ଡେଥ୍ ୱାରେଣ୍ଟ ପାଇଁ ହେଲା ଆବେଦନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଘଟଣାରେ ବାରମ୍ବାର ଚାଲାକି କରି ଫାଶୀରୁ ବର୍ତିଯାଉଥିବା ୪ ଦୋଷୀଙ୍କର ଆଜି ପୁଣି ନୂଆ ଡେଥ୍ ୱାରେଣ୍ଟ ପାଇଁ ଆବେଦନ ହୋଇଛି । ଆଜି ଟ୍ରାଏଲ କୋର୍ଟରେ ଦିଲ୍ଲୀ ସରକାରଙ୍କ ଜେଲ ବିଭାଗ ଏହି ଆବେଦନ କରିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ଚତୁର୍ଥ ଦୋଷୀ ପବନ ଗୁପ୍ତା କ୍ୟୁରେଟିଭ ପିଟିସନ ସହ ରାଜକ୍ଷମା ପାଇଁ ଆବେଦନ କରିଥିଲା । ମାତ୍ର ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ । ପବନର ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏବେ ଏହି ଡେଥ୍ ୱାରେଣ୍ଟ ପାଇଁ ଆବେଦନ ହୋଇଛି । ଏହାସହ ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲା । ଏହାସହ ୩ ଥର ଡେଥ୍ ୱାରେଣ୍ଟ ଜାରି ହେବା ପରେ ବି ଅଭିଯୁକ୍ତଙ୍କୁ ଫାଶୀ ହୋଇପାରିନି । ହେଲେ ଆଗକୁ ଡେଥ୍ ୱାରେଣ୍ଟ ଜାରି ହେବା ପରେ ସେମାନଙ୍କୁ ଫାଶୀ ହେଉଛି ନା ପୁଣି ସେମାନେ କିଛି ଚାଲାକି କରୁଛନ୍ତି, ଏବେ ତା ଉପରେ ସମସ୍ତଙ୍କ ନଜର ।
https://onakhabar.com/2020/03/04/nirbhaya-rape-case-8/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking